ମୁଢି ସନ୍ତୁଳା

0

ଆବଶ୍ୟକ ସାମଗ୍ରୀ
ମୁଢି – ଆବଶ୍ୟକ ଅନୁଯାୟୀ
ପିଆଜ – ( ୧ଟି କଟା ହୋଇଥିବା )
ତେଲ ( ଆବଶ୍ୟକ ଅନୁଯାୟୀ )
ହଳଦୀ ଗୁଣ୍ଡ
କଞ୍ଚା ଲଙ୍କା ( ୧ ଟି )
ଲୁଣ ( ସ୍ୱାଦ ଅନୁଯାୟୀ )
ସିଝା ଆଳୁ – ୨ଟି
କ୍ୟାପସିୟମ – ୧ଟି
ରସୁଣ – ୧ ଟି ( କଟା ହୋଇଥିବା )
ପନିର – ଅଳ୍ପ
ଗାଜର – ( କଟା ହୋଇଥିବା ) ଅଳ୍ପ
ଧନିଆ ପତ୍ର ( କଟା ହୋଇଥିବା )
ସର ୁ ( ଛଣା ହେବା ସେଉ )
କଳା ଲୁଣ
ଲେମ୍ବୁ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। ଏହା ଗରମ ହେବା ପରେ ତେଲ ପକାନ୍ତୁ। ଏବେ ଗରମ ତେଲରେ କଟା ହୋଇଥିବା ପିଆଜ , କଞ୍ଚା ଲଙ୍କା , ରସୁଣ ପକାଇ ଭଲ ଭାବେ ଭାଜନ୍ତୁ। ଭାଜି ହେବା ପରେ ଏଥିରେ କ୍ୟାପସିକମ , ପନିର , ଗାଜର ପକାନ୍ତୁ। ଏହା ପରେ ଏଥିରେ ଲୁଣ , ହଳଦୀ , ସିଝା ଆଳୁ ପକାଇ ଭଲ ଭାବେ ଭାଜନ୍ତୁ ଓ ଏକ ପାତ୍ରକୁ ଘୋଡ଼ାଇ ୨ ମିନିଟ ରଖନ୍ତୁ। ଏହି ୨ମିନିଟ ମଧ୍ୟରେ ଏକ ବଡ ପାତ୍ରରେ ପାଣି ନିଅନ୍ତୁ ଓ ୧ ମିନିଟ ଏହି ପାଣିରେ ମୁଢି ଭିଜାନ୍ତୁ। ଭିଜିବା ପରେ ପୂର୍ବରୁ ପ୍ରସ୍ତୁତ ହେଉଥିବା ମିଶ୍ରଣରେ ଏହି ମୁଢିକୁ ଛାଣି କରି ପକାନ୍ତୁ ଓ ଘାଣ୍ଟନ୍ତୁ। ଭଲ ଭାବେ ଘାଣ୍ଟି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଏହା ଉପରେ ଛଣା ହୋଇଥିବା ସେଉ ,କଟା ହୋଇଥିବା ଧନିଆ ପତ୍ର , ଅଳ୍ପ କଳା ଲୁଣ ଓ ଏହା ଉପରେ ସାମାନ୍ୟ ଲେମ୍ବୁ ଚୁପୁଡ଼ନ୍ତୁ। ପ୍ରସ୍ତୁତ ହୋଇ ଗଲା ମୁଢି ସନ୍ତୁଳା। ଏବେ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

kalyan agarbati
Leave A Reply