ମୁମ୍ବଇରେ ପ୍ରବଳ ବର୍ଷା, ଭୁଶୁଡି ପଡିଲା ଘର, ଦବିଯାଇଛି ୧୫ରୁ ଊର୍ଦ୍ଧ୍ୱ କାର
ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ବର୍ଷା ପାଣି ନିସ୍କାସନ ହୋଇ ନ ପାରିବାରୁ ରାସ୍ତା ଉପରେ ଜମି ରହିଛି । ଏଥି ଯୋଗୁଁ ଯାନ ବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ରେଳ ଧାରଣାରେ ପାଣି ଜମି ରିହିବାରୁ ରେଳ ଚଳାଚଳ ବିଳମ୍ବ ହୋଇଛି । ଦିନ ବ୍ୟସ୍ତ ସମୟରେ ୯ଟାରୁ ୧୦ ମଧ୍ୟରେ ବିଭିନ୍ନ ରେଳ ଧାରଣାରେ ଏକରୁ ୨ ଫୁଟ ଉଚ୍ଚର ପାଣି ଜମି ରହିଥିଲା । ଏଥିଯୋଗୁଁ ମୁମ୍ବାଇର ଜୀବନଧାରା କୁହାଯାଉଥିବା ଲୋକାଲ ଟ୍ରେନ୍ ଚଳା ଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏହି ସପ୍ତାହ ସାରା ମୁମ୍ବଇରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।
ମୁମ୍ବଇର ମାଲାବାର ହିଲସ୍, ହିନ୍ଦ୍ମାତା, ଧାରାବି, ବାଇକୁଲା, ଦାଦର ଟିଟି, ଦାଦର, କିଙ୍ଗ ସର୍କଲ, ନାଗପଡା, ସାନ୍ତାକ୍ରୁଜ୍(ପୂର୍ବ) ଅଞ୍ଚଳରେ ପାଣି ଜମି ରହିବାରୁ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ଏଥିଯୋଗୁଁ କେତକ ରେଳ ଚଳା ଚଳ ବିଳମ୍ବ ହେବ ବୋଲି ପଶ୍ଚିମାଞ୍ଚଳ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ମୁମ୍ବାଇର ଥିବା ଲୟଡ ଇଷ୍ଟେଟ୍ରେ ଓ୍ୱାଡାଲାରେ ଏକ ନିର୍ମାଣାଧିନ ଘର ଭୁଶୁଡି ପଡିବାରୁ ଏହାତଳେ ୧୫ଟି କାର୍ ପୋତି ହୋଇଯାଇଛି । ଏଥିଯୋଗୁଁ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି ।