ବିବାହର ୪୮ଘଣ୍ଟା ମଧ୍ୟରେ ପଞ୍ଜୀକରଣ ନହେଲେ ପ୍ରବାସୀ ଭାରତୀୟଙ୍କୁ ପାସପୋର୍ଟ ମନା

0

ନୂଆଦିଲ୍ଲୀ : ପ୍ରବାସୀ ଭାରତୀୟମାନେ ନିଜ ଦେଶରେ ବିବାହ କରିବାର ୪୮ଘଣ୍ଟା ମଧ୍ୟରେ ଏହାକୁ ପଞ୍ଜୀକରଣ କରିବେ; ନଚେତ ସେମାନଙ୍କୁ ପାର୍ସପୋର୍ଟ ମିଳିବ ନାହିଁ। ଏଭଳି ନିର୍ଦେଶ ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ। ପ୍ରଚଳିତ ନିୟମ ଅନୁଯାୟୀ, ଦେଶରେ ବିବାହ ପଞ୍ଜୀକରଣ ପାଇଁ କୌଣସି ସମୟ ସୀମା ନାହିଁ; କିନ୍ତୁ ଆଇନ ଆୟୋଗ ବିବାହର ୩୦ଦିନ ମଧ୍ୟରେ ପଞ୍ଜୀକରଣ କରାଇନେବାକୁ ଅନୁମୋଦନ ଦେଇଛନ୍ତି। ଏଥିରୁ ବିଳମ୍ବ ଘଟିଲେ ଦୈନିକ ୫ଟଙ୍କା ହିସାବରେ ଜୋରିମାନା ଦେବାକୁ ପଡ଼ିବ ବୋଲି ଆୟୋଗ ସୁପାରିସ କରିଛନ୍ତି। ତେବେ ମେନକା କହିଛନ୍ତି ଯେ ତାଙ୍କ ବିଭାଗ ପକ୍ଷରୁ ଏକ ତଥ୍ୟଭିତ୍ତି ପ୍ରସ୍ତୁତ କରାଯାଉଛି। ବିବାହ ପଞ୍ଜୀକରଣ ସଂକ୍ରାନ୍ତ ସମସ୍ତ ତଥ୍ୟ ଏଥିରେ ସ୍ଥାନ ପାଇବ। ଏହି ପରିପ୍ରେକ୍ଷୀରେ ସେ ପଞ୍ଜୀକରଣ କାର୍ଯ୍ୟାଳୟରୁ ସମସ୍ତ ତଥ୍ୟ ଆହ୍ୱାନ କରିଛନ୍ତି। ପୂର୍ବରୁ ସେ ବୈଦେଶିକ, ସ୍ୱରାଷ୍ଟ୍ର ଓ ଆଇନ ମନ୍ତ୍ରଣାଳୟକୁ ନେଇ ଏକ ଏଜେନ୍ସି ଗଠନ କରିଛନ୍ତି; ଯାହା ପ୍ରବାସୀ ଭାରତୀୟଙ୍କ ବୈବାହିକ ବିବାଦ ସମ୍ପର୍କରେ ବୁଝାସୁଝା କରୁଛି।

Leave A Reply