BJD Bijuli 480×75 Mob

ସାମ୍ବାଦିକଙ୍କୁ ଟ୍ରକ୍‌ ଚଢାଇ ମାରିଦେଲେ ବାଲି ମାଫିଆ

BJD Bijuli 480×75 Mob
0

ଭୋପାଳ : ମଧ୍ୟପ୍ରଦେଶର ଭିଣ୍ଡ ଜିଲାରେ ସନ୍ଦୀପ ଶର୍ମା ନାମକ ଜଣେ ସାମ୍ବାଦିକଙ୍କୁ ସୋମବାର ସକାଳେ ଟ୍ରକ୍‌ ଚଢାଇ ହତ୍ୟା କରାଯିବା ଘଟଣା ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ସନ୍ଦୀପ ନ୍ୟୁଜ୍‌ ୱାଲ୍ଡ ନାମକ ଏକ ନ୍ୟୁଜ୍‌ ଚ୍ୟାନେଲରେ ଷ୍ଟ୍ରିଜଂର ଭାବେ କାର୍ଯ୍ୟ କରୁଥିଲେ । ସନ୍ଦୀପ ୨ଟି ଷ୍ଟିଙ୍ଗ ଅପରେସନ୍‌ କରି ବାଲି ଚୋରା ଚାଲଣ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥଲେ। ଏହାପରେ ତାଙ୍କୁ ଜୀବନରୁ ମାରି ଦେବାକୁ ବାଲି ମାଫିଆମାନେ ଧମକ ଦେଇ ଆସୁଥିଲେ । ତେଣୁ ସୁରକ୍ଷା ପାଇଁ ସେ ପୁଲିସ୍‌ ନିକଟରେ ନେବଦନ କରିଥିଲେ । ମାତ୍ର ସେଠାକାର ଏସ୍‌ଡିପିଓ ବାଲି ମାଫିଆଙ୍କ ସହ ମିଶି ତାଙ୍କୁ କୌଣସି ସୁରକ୍ଷା ଯୋଗାଇ ଦେଉନଥିବା ସେ ଅଭିଯୋଗ କରିଥିଲେ । ସୋମବାର ସକାଳେ ତାଙ୍କ ଉପରେ ଟ୍ରକ୍‌ ଚଢାଇ ଦିଆଯାଇଥିଲା । ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସନ୍ଦୀପଙ୍କ ମୃତ୍ୟୁ ପରେ (ଅବହେଳାରୁ ମୃତ୍ୟୁ) ନେଇ ଆଇପିସି ଧାରା ୩୦୪ରେ ମାମଲା ରୁଜୁ ହୋଇଥିବା ଭିଣ୍ଡ ଏସ୍‌ପି ପ୍ରଶାନ୍ତ ଖାରେ ସୂଚନା ଦେଇଛନ୍ତି । ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି । ହତ୍ୟାକାଣ୍ଡରେ ସଂପୃକ୍ତ ଟ୍ରକ୍‌କୁ ଜବତ କରାଯାଇଛି ଓ ଚାଳକକୁ ଧରିବା ପାଇଁ ତନାଘନା ଚାଲିଛି ବୋଲି ଏସ୍‌ପି କହିଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରତିକ୍ରିୟା ରଖି କ୍ଷୋଭ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

Leave A Reply