www.samajalive.in
Sunday, December 7, 2025
14.1 C
Bhubaneswar

ରେଳପଥରେ ଡିଟୋନେଟର: ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରୁ ବର୍ତ୍ତିଲା ୨ ଟ୍ରେନ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ବୁରହନପୁର ଜିଲାସ୍ଥିତ ସାଗଫତା ଷ୍ଟେସନ ନିକଟରେ ରେଳଧାରଣା ଉପରେ କୌଣସି ଦୁବୃର୍ତ୍ତ ୧୦ଟି ଡିଟୋନେଟର ଖଞ୍ଜିଥିବା ଜଣାପଡିଛି। ଜାମ୍ମୁ-କାଶ୍ମୀରରୁ ଯବାନଙ୍କୁ ନେଇ କର୍ଣ୍ଣାଟକ ଯାଉଥିବା ଏକ ସ୍ବତନ୍ତ ଟ୍ରେନ ସେହି ରୁଟ୍‌ରେ ଯାଉଥିବାବେଳେ ଗୋଟିଏ ଡିଟୋନେଟର ଫୁଟିଥିଲା। ଫଳରେ ଡ୍ରାଇଭର ତୁରନ୍ତ ଟ୍ରେନ୍‌କୁ ଅଟକାଇ ଷ୍ଟେସନ ମାଷ୍ଟରଙ୍କୁ ସୂଚିତ କରାଇଥିଲେ। ରେଳଧାରଣା ଉପରୁ ଅବଶିଷ୍ଟ ଡିଟୋନେଟରଗୁଡିକୁ ହଟାଯିବା ପରେ ଟ୍ରେନଟି ପୁଣି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ଅବଶ୍ୟ ଏହି ଘଟଣାରେ କେହି ମୃତାହତ ହୋଇନଥିବା କୁହାଯାଇଛି। ଏନଆଇଏ, ଏଟିଏସ, ରେଳବାଇ ପୁଲିସ ମିଳିତଭାବେ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଅପରପକ୍ଷରେ ଉତ୍ତର ପ୍ରଦେଶର କାନପୁର ନିକଟସ୍ଥ ପ୍ରେମପୁର ଷ୍ଟେସନ ନିକଟରେ ରେଳଧାରଣା ଉପରୁ ଏକ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। କାନପୁରରୁ ପ୍ରୟାଗରାଜ ଯାଉଥିବା ଏକ ମାଲଗାଡି ଡ୍ରାଇଭର ସିଲିଣ୍ଡର ଦେଖି ଜରୁରୀ ବ୍ରେକ ପ୍ରୟୋଗ କରି ଟ୍ରେନକୁ ଅଟକାଇଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories