www.samajalive.in
Monday, December 15, 2025
27.1 C
Bhubaneswar

ଆମେରିକାର ଏଆରସି ଏନେର୍ଜି ସହିତ ଏମଓୟୁ ସ୍ୱାକ୍ଷରିତ -ଫ୍ଲୋରାଇଡ ଯୁକ୍ତ ଜଳକୁ ବୈଷୟିକ ଜ୍ଞାନ ଜରିଆରେ ବିଶୁଦ୍ଧ କରିବ ଓଡିଶାର ଏଞ୍ଜିଓଟେକ ଏକ୍ୱା

ସମ୍ବଲପୁର, : ରାଜ୍ୟର ଅନେକ ଗ୍ରାମାଞ୍ଚଳରେ ଲୋକେ ଫ୍ଲୋରାଡ ଯୁକ୍ତ ଭୂତଳ ଜଳ ବ୍ୟବହାର କରି ଗ୍ରାମବାସୀ ମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି । ଏଣୁ ବିକାଶଶୀଳ ଭାରତରେ ଓଡିଶା ରାଜ୍ୟରେ ନବୀନତମ ପରିବେଶ ଅନୁକୂଳ ବୈଷୟିକ ଜ୍ଞାନ ପ୍ରବେଶ କରାଇ ଫ୍ଲୋରାଡ ଯୁକ୍ତ ଜଳକୁ ବିଶୁଦ୍ଧ କରିବା ପାଇଁ ରାଜ୍ୟର ଏଞ୍ଜିଓଟେକ ଏକ୍ୱା ଇଞ୍ଜିନିୟରସ ଆମେରିକାର ଏଆରସି ଏନେର୍ଜି ସହିତ ଏମଓୟୁ ସ୍ୱାକ୍ଷରିତ କରିଛି । ମଙ୍ଗଳବାର ଏଆରସି ଏନେର୍ଜିର ପ୍ରତିନିଧି ଡ. ଚନ୍ଦ୍ରଶେଖର ଚହ୍ୱାନ ଙ୍କ ସହିତ ଏଞ୍ଜିଓଟେକ ର ପ୍ରତିନିଧି ସୁକାନ୍ତ ମେହେର ଏହି ଚୁକ୍ତି ସମ୍ବଲପୁର ଠାରେ ସ୍ଥାନୀୟ ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ସ୍ୱାକ୍ଷରିତ କରିଛନ୍ତି । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ଶ୍ରୀ ଚହ୍ୱାନ ଓ ଶ୍ରୀ ମେହେର ଜଣାଇଛନ୍ତି ଯେ, ଏହି ଚୁକ୍ତି ଦ୍ୱାରା ନବୀନତମ ବୈଷୟିକ ଜ୍ଞାନ କୌଶଳ ଜରିଆରେ ଅନେକ ସ୍ଥାନୀୟ ସମସ୍ୟାର ସମାଧାନ ହେବ । ଏବେ ଭୂତଳ ଜଳରେ ବିଷାକ୍ତ ଫ୍ଲୋରାଇଡ କୁ ଅଲଗା କରି ବିଶୁଦ୍ଧ ଜଳ ଯୋଗାଣ ଉପରେ ପ୍ରମୁଖ ଫୋକସ ରହିବ । ଆମେରିକୀୟ ବୈଷୟିକ ଦକ୍ଷତା ସମ୍ପନ୍ନ ଏକ ଫିଲ୍ଟର ମାଧ୍ୟମରେ ଏପରି ପ୍ରଦୂଷିତ ଜଳକୁ ଶୁଦ୍ଧ କରିବା ସହିତ ପିଇବା ଯୋଗ୍ୟ ହୋଇପାରିବ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ବୈଷୟିକ ଜ୍ଞାନ ବଳରେ ଗ୍ରାମାଞ୍ଚଳର ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପରେ ଦ୍ୱିତୀୟ ପର୍ଯ୍ୟାୟରେ କୁଅ ରୁ ନିଜସ୍ୱ ଉତ୍ପାଦିତ ସୌର ଉର୍ଜା ଓ ମାଇକ୍ରୋ ଜଳ ବିଦ୍ୟୁତ ଦ୍ୱାରା ପରିଚାଳିତ ଫିଲ୍ଟର ମାଧ୍ୟମରେ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ।

ଏଥି ସହ ସ୍ଥାନୀୟ ହୋଟେଲ ଉଦ୍ୟୋଗ ପାଇଁ ମଧ୍ୟ ସ୍ୱଳ୍ପ ଖର୍ଚ୍ଚରେ ଫିଲ୍ଟର ବ୍ୟବସ୍ଥା ଯୋଗାଇ ଦିଆଯିବ । ଏଥି ପାଇଁ ଆବଶ୍ୟକୀୟ ବିଦ୍ୟୁତ ଶକ୍ତିର ଆବଶ୍ୟକତାକୁ ଆମେରିକୀୟ ବୈଷୟିକ ଜ୍ଞାନର ଉପଯୋଗ କରାଯାଇ ସ୍ୱଳ୍ପ ଖର୍ଚ୍ଚରେ ସୋଲାର ପ୍ୟାନେଲ ଜରିଆରେ ମେଣ୍ଟାଯିବ । ଏଥି ସହ ସାଧାରଣ ପାଇପରେ ପ୍ରବାହିତ ଜଳଧାରାକୁ ମାଇକ୍ରୋ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ଭୂମି ଆକର୍ଷଣ ବଳର ସୁବିନିଯୋଗ କରି ଶକ୍ତି ଉତ୍ପାଦନ କରାଯିବ । ଏତଦବ୍ୟତିତ ବାୟୁ ଶକ୍ତି ଦ୍ୱାରା ଅଧିକତମ ବିଦ୍ୟୁତ ଉତ୍ପାଦନ ନିମନ୍ତେ ମଧ୍ୟ ଉଦ୍ୟମ କରାଯିବ । ଏବେ ଆରମ୍ଭ କରାଯାଉଥିବାର ପ୍ରକଳ୍ପର ସଫଳତା ପରେ କଠିନ ବଜ୍ୟବସ୍ତୁ ପରିଚାଳନା, ଜିଓ ଥର୍ମାଲ ଘର, ରିମୋଟ ପରିଚାଳିତ ହୋଟେଲ, ସୁରକ୍ଷା ଉପକରଣ, ବିଦ୍ୟୁତ ବାହନ ଚାର୍ଜିଂ ପଏନ୍ଟ, ରୋବୋଟ ଦ୍ୱାରା ଘର ସଫେଇ ଆଦି ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ ରାଜ୍ୟରେ କରାଯିବ । ବଲାଙ୍ଗୀର ଜିଲା ବ୍ଲକ ସିନ୍ଦେକେଲା ଅଞ୍ଚଳ ନିକଟସ୍ଥ ବତାସର ଗ୍ରାମରେ ଗତବର୍ଷ ଠାରୁ ଆରମ୍ଭ କରାଯାଇଥିବା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏଞ୍ଜିଓଟେକ ଏକ୍ୱା ଇଞ୍ଜିନିୟରସ ପକ୍ଷରୁ କାର୍ଯ୍ୟକ୍ଷମ କରାଯିବ । ଇତି ମଧ୍ୟରେ ବରଗଡ ଜିଲା ଗାଇସଲେଟ ତହସିଲ ଅର୍ନ୍ତଗତ ବିଭିନ୍ନ ଗ୍ରାମ ଗୁଡିକ ସର୍ଭେ କରାଯାଇଥିବା ବେଳେ ଅନେକ ଗ୍ରାମରେ ଜଳରେ ଫ୍ଲୋରାଇଡ ମିଶ୍ରିତ ଥିବାରୁ ସେଗୁଡିକୁ ମଧ୍ୟ ଆମେରିକୀୟ ବୈଷୟିକ ଜ୍ଞାନ କୌଶଳ ଜରିଆରେ ବିଶୁଦ୍ଧ କରାଯାଇ ଗ୍ରାମବାସୀ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଏହି ଅବସରରେ ଜନତାଙ୍କୁ ଜଳରେ ଥିବା ଫ୍ଲୋରାଡ ସ୍ୱାସ୍ଥ୍ୟ ପାଇଁ କିଭଳି ହାନିକାରକ ଏବଂ ଏହାକୁ କିଭଳି ବୈଷୟିକ ଜ୍ଞାନ ଜରିଆରେ ହଟାଇଯାଇ ପାରିବ, ତାହା ଉପରେ ଏକ ପାୱାର ପଏନ୍ଟ ପ୍ରଦର୍ଶନ କରାଯାଇଥିଲା ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories