www.samajalive.in
Tuesday, December 9, 2025
15.1 C
Bhubaneswar

ଦୁନିଆର ସବୁଠାରୁ ଦାମୀ ବ୍ୟାଗ : ଯାହା ହୋଇଥିଲା କୋଟିଏ ଟଙ୍କାରେ ନିଲାମ

ସାରା ଦୁନିଆରେ ପ୍ରତିଦିନ କିଛି ନା କିଛି ଜିନିଷର ନିଲାମି ହେବା ସାଧାରଣ କଥା। ମାତ୍ର ନିଲାମି ଜିନିଷ ମଧ୍ୟରୁ କିଛି ଜିନିଷ ଏପରି ରହିଛି, ଯାହାର ଚର୍ଚ୍ଚା ସାରା ଦୁନିଆରେ ହୋଇଥାଏ। ଏଭଳି ହିଁ ବିଶେଷ ନିଲାମି ୨୦୧୮ ମସିହାରେ ଲଣ୍ଡନରେ ହୋଇଥିଲା। ନିଲାମି ସମୟରେ ଗୋଟିଏ ପର୍ସର ମୂଲ୍ୟ ୧ କୋଟିରୁ ମଧ୍ୟ ଅଧିକ ନିଲାମି ଡକା ଯାଇଥିଲା। ସେହି ସମୟରେ ଉକ୍ତ ବ୍ୟାଗଟି ଏକ ବିଶେଷ ୟୁରୋପୀୟ ରେକର୍ଡ଼ ମଧ୍ୟ ସୃଷ୍ଟି କରିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ୨୦୦୮ ମସିହାରେ ହର୍ମେସ ବର୍କିନ୍‍ ର ଗୋଟିଏ ବ୍ୟାଗର ଶେଷ ନିଲାମି ୨୧୭,୧୪୪ ଡ଼ଲାର ଅର୍ଥାତ ଭାରତୀୟ ମୁଦ୍ରା ଅନୁଯାୟୀ ଏହାର ମୂଲ୍ୟ ପାଖାପାଖି ୧ କୋଟି ୫୮ ଲକ୍ଷ ଟଙ୍କା। ନିଜର କିଛି ବିଶେଷ ଗୁଣ କାରଣରୁ ଏହି ବ୍ୟାଗର ମୂଲ୍ୟ କୋଟିଏ ଟଙ୍କାରୁ ମଧ୍ୟ ଅଧିକ। ଯେପରି ଏହି ବ୍ୟାଗରେ ୧୮ କ୍ୟାରେଟ ଧଳା ସୁନା, ହୀରା, ୩୦ ସେଣ୍ଟିମିଟର ଲମ୍ବ ବିଶିଷ୍ଟ ଧଳା ସୁନାର ବ୍ୟବହାର କରାଯାଇଛି।
ଏହାସହ ୧୯୮୧ ମସିହାରେ ପ୍ରଥମ ଥର ଫ୍ରାନ୍ସର ଦାମି ଫ୍ୟାଶସ ହାଉସ ହର୍ମେସ ଏହି ବ୍ୟାଗର ଡିଜାଇନ ପ୍ରସ୍ତୁତ କରିଥିଲେ ବୋଲି କୁହାଯାଏ। ଏହି ବ୍ୟାଗର ନାମ ବର୍କିନ ପ୍ରସିଦ୍ଧ ଅଭିନେତ୍ରୀ ଓ ଗାୟିକା ଜେନି ବର୍କିନଙ୍କ ନାମ ଅନୁଯାୟୀ ଏହି ବ୍ୟାଗର ନାମ ରଖାଯାଇଥିଲା। ଏହାସହ ଏହି ବ୍ୟାଗ ସାରା ଦୁନିଆରେ ବେଶ ଲୋକପ୍ରିୟ ହୋଇଗଲା।
୨୦୧୭ ମସିହାରେ ହର୍ମେସ କମ୍ପାନୀର ବ୍ୟାଗ ହଂଗକଂଗରେ ୩,୮୦,୦୦୦ ଡ଼ଲାରରେ ବିକ୍ରି ହୋଇସାରିଛି ବୋଲି ଜଣାପଡ଼ିଛି। ଏହା ଦୁନିଆର ସବୁଠାରୁ ମହଙ୍ଗା ବ୍ୟାଗ ବୋଲି କୁହାଯାଏ। ବିଭିନ୍ନ ଅଭିନେତ୍ରୀଙ୍କ ଏହା ପ୍ରଥମ ପସନ୍ଦ ବୋଲି ମଧ୍ୟ କୁହାଯାଏ।
ଏହା ମଧ୍ୟ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଆରମ୍ଭରୁ ଏହାର ଦାମ ୬ ଲକ୍ଷରୁ ଅଧିକ ହୋଇଥିବା ବେଳେ ମଧ୍ୟ ଏହି ବ୍ୟାଗକୁ କିଣିବା ପାଇଁ ଅପେକ୍ଷା ତାଲିକାରେ ଆପଣଙ୍କୁ ନାଁ ଲେଖାଇବାକୁ ପଡ଼ିବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories