www.samajalive.in
Tuesday, December 9, 2025
15.1 C
Bhubaneswar

ପହିଲାରୁ ସକାଳ ସ୍କୁଲ

ଭୁବନେଶ୍ୱର : ଦିନକୁ ଦିନ ଗ୍ରୀଷ୍ମତାପ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଣିକି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ପହିଲାରୁ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ସ୍କୁଲ ହେବ। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ଏବଂ ଦଶମ ଓ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ସ୍କୁଲ କରାଯାଇଛି। ଏନେଇ ସବୁ ଜିଲା ଶିକ୍ଷା ଅଧିକାରୀ ମାନଙ୍କୁ ଗଣଶିକ୍ଷା ଅତିରିକ୍ତ ଶାସନ ସଚିବ ଡ.ପ୍ରତାପ କୁମାର ମିଶ୍ର ଚିଠି ଲେଖି ଜଣାଇଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲରେ ପାଠପଢା ସମୟ ସ୍ଥିର କରାଯାଇଛି। କରୋନା ଯୋଗୁଁ ପ୍ରଥମରୁ ଅଷ୍ଟମ ଏବେ ସ୍କୁଲ ଖୋଲି ନଥିବାବେଳେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସ୍କୁଲରେ ଚାଲିଛି। ତେବେ ଚଳିତବର୍ଷ ଖରାଦିନେ ମଧ୍ୟ ସ୍କୁଲ ଓ କଲେଜ ଖୋଲା ରହିପାରେ। କୋଭିଡ୍ ଯୋଗୁଁ ଶିକ୍ଷାରେ ଉପୁଜିଥିବା ପାଠପଢାଜନିତ କ୍ଷତି ଭରଣା ଲାଗି ଶିକ୍ଷାନୁଷ୍ଠାନ ଗୁଡିକ ଖୋଲା ରହିପାରେ। ସେଥିପାଇଁ ଶିକ୍ଷାନୁଷ୍ଠାନରେ ଜଳ ବ୍ୟବସ୍ଥା କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ପୂର୍ବରୁ ନିର୍ଦେଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories