www.samajalive.in
Saturday, December 13, 2025
27.1 C
Bhubaneswar

ଆନ୍ତଃ ଜିଲ୍ଲା ସଂଯୋଗ ପାଇଁ ପ୍ରତିବନ୍ଧକ ସାଜିଛି ବଡଯୋର ନାଳା

ରେଙ୍ଗାଲି: ସରକାର ଗ୍ରାମଞ୍ଚଳର ରାସ୍ତାଘାଟ ଉନ୍ନତି ଏବଂ ଅପହଞ୍ଚ ଇଲାକାକୁ ଗମନାଗମନ ସୁବିଧା ଯୋଗାଇବା ପାଇଁ ଅଗ୍ରାଧିକାର ଦେଇ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡେଙ୍ଗୁରା ବାଜୁଛି। ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି। ତେବେ ବିଡମ୍ବନାର ବିଷୟ ଯେ, ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଳକ ସୀମାନ୍ତରେ ଥିବା ସୋଡାମାଲରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଲପଙ୍ଗା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାର ବେଉଁରା ଛକରୁ ଢର୍‌ରୋପାନି ଗ୍ରାମ ପର୍ଯ୍ୟନ୍ତ କାହିଁ କେଉଁ ଯୁଗରୁ ଥିବା ଅପନ୍ତରା ରାସ୍ତାର ଭାଗ୍ୟ ପରିବର୍ତ୍ତନ ହେଉନାହିଁ। ଏହି ରାସ୍ତା ମଝିରେ ସୋଢାମାଲ-ସୁନାଝରିଆ ପାଖ ଥିବା ବଡଯୋର୍‌‌ ନାଳା ଗମନାଗମନରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ବିଶେଷତଃ ବର୍ଷାଋତୁରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତା ଉପରେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି, କୁଚିଣ୍ଡା, ଜମନକିରା ବ୍ଳକର ଅସଂଖ୍ୟ ଲୋକ ଯାତାୟାତ ପାଇଁ ନିର୍ଭର କରୁଥିବା ବେଳେ ଝାରସୁଗୁଡା ଜିଲ୍ଲାର କୋଲାବିରା, ଲଇକେରା, କିର୍ମିରା ଆଦି ବ୍ଳକର ଲୋକେ ମଧ୍ୟ ଢର୍‌ରୋପାନି, ବମାଲୋଇ, ନାରୁପଡ଼ା, ତିଲେଇମାଲ, ବମାଲୋଇ, ଡେର୍ବା, ଗୁମକାରମା, ଘିଚାମୁରା, ଶରଧାପାଲି, ଲପଙ୍ଗା, ଖିଣ୍ଡା ଆଦି ଅଞ୍ଚଳକୁ ସ୍ୱଳ୍ପ ସମୟରେ କମ୍‌‌ ଖର୍ଚ୍ଚରେ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ବିଗତ ଦିନରେ ରେଙ୍ଗାଲି ବ୍ଲକରେ ଆଦିତ୍ୟ ଆଲୁମିନା, ଭୂଷଣ ଷ୍ଟିଲ, ଆର୍ୟାନ୍‌‌ ଇସ୍ପାତ୍‌‌, ଶ୍ୟାମ ମେଟାଲିକ୍ସ, ଖିଣ୍ଡାର କୋଇଲା ଖଣି, ତଥା ଅନେକ ସ୍ପଞ୍ଜ ଆଇରନ୍‌‌ ଆଦି କଳକାରଖାନା ଖଣି ଖାଦାନ ପ୍ରତିଷ୍ଠା ହେଲାପରେ ଏହି ରାସ୍ତାରେ ଅସଂଖ୍ୟ କର୍ମଚାରୀ ନିୟମିତ ଯାତାୟତ କରୁଛନ୍ତି। ଢର୍ରୋପାନିରୁ ଲପଙ୍ଗା ପର୍ଯ୍ୟନ୍ତ ପିଚୁ ରାସ୍ତା ଥିବାବେଳେ ସୋଢାମାଲ ନିକଟସ୍ଥ ବେଉଁରା ଛକରୁ ଢର୍ରୋପାନି ଗ୍ରାମ ପର୍ଯ୍ୟନ୍ତ ଥିବା ଜଙ୍ଗଳ ବିଭାଗର ମାଟି ରାସ୍ତାର ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ମରାମତି ହେଉନାହିଁ। ଫଳରେ ଅତି କଦର୍ଯ୍ୟ ଅପନ୍ତରା ହୋଇ ପଡ଼ିରହିଛି। ସୋଢାମାଲ ପାଖରେ ଥିବା ବଡଯୋର ନାଳା ଉପରେ ପୋଲ ନିର୍ମାଣ ହୋଇ ନଥିବାରୁ ବର୍ଷା ଋତୁରେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ନାଳା ଉପରେ ପୋଲ ନିର୍ମାଣ କରାଯିବା ସହିତ ଜଙ୍ଗଳ ବିଭାଗ ଅଧିନରେ ଥିବା ମାଟି ରାସ୍ତାକୁ ପିଚୁ କରାଯାଇ ଗମନାଗମନ ଉପଯୋଗୀ କରାଯିବା ପାଇଁ ଲୋକେ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି ସରକାରଙ୍କ ନିଘା ନାହିଁ। ଫଳରେ ଜନ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଉଭୟ ଜିଲ୍ଲାର ନିର୍ବାଚିତ ଜନ ପ୍ରତିନିଧି ଏ ଦିଗରେ ଦୃଷ୍ଟି ଦେଇ ଏହି ସମସ୍ୟାର ଶୀଘ୍ର ପ୍ରତିକାର କରିବାକୁ ଦାବି ହେଉଛି। ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସ ଏହି ରାସ୍ତାର ଉନ୍ନତିକରଣ ଏବଂ ବକେଯାର ନାଳା ଉପରେ ପୋଲ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ତେବେ ତାଙ୍କ ଦେହାନ୍ତ ପରେ ଉକ୍ତ ପ୍ରକ୍ରିୟାର ପୂର୍ଣ୍ଣଛେଦ ପଡ଼ିଯିବାରୁ ବଡେଯାର ନାଳା ଉପରେ ପୋଲ ନିର୍ମାଣ ଏବଂ ରାସ୍ତାର ଉନ୍ନତିକରଣ ହେବା ନେଇ ଅନିଶ୍ଚିତତା ଦେଖା ଦେଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories