Patra electronics

ବିଶାଖାପାଟଣାର ଏକ ଚିଙ୍ଗୁଡ଼ି କମ୍ପାନୀରେ ଫସିଛନ୍ତି ୨୨ ଆଦିବାସୀ ଶ୍ରମିକ 

କଳାପଥର : ଓଡ଼ିଶା ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ସନ୍ଧ୍ୟା ମେରାଇନ ପ୍ରାଏଭେଟ ଲିମିଟେଡ଼ କମ୍ପାନୀରେ କାମ କରିବାକୁ ଠିକାଦାର ଦ୍ଵାରା ଗତ ୧୦ ତାରିଖରେ ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ପଂଚାୟତର ପତନୀ ନୂଆହାଟ ନିକଟରେ ଥିବା ବାପୁଜିନଗର ଶବରସାହି, ଜଗନ୍ନାଥପୁର, ବୈଦ୍ୟେଶ୍ୱର ଗ୍ରାମର କିଛି ମହିଳା, ନାବାଳିକା ସହ ପୁରୁଷ ଶ୍ରମିକ ମିଶି ୨୨ ଜଣ କାମ କରିବାକୁ ଯାଇଥିଲେ । ସେଠାରେ ପୁରୁଷ ମାନଙ୍କୁ କାମ ଦିଆଯାଇଥିଲାବେଳେ ନାବାଳିକାମାନଙ୍କୁ ଅଲଗା ରଖିବା ସହ ମହିଳା ଶ୍ରମିକ ମାନଙ୍କୁ ଏକ ବନ୍ଦ ଘରେ ଖାଇବାକୁ ଦେଇ  କାମ ଦିଆଯାଇନଥିଲା । ସେମାନେ କେଁଉ ସ୍ଥାନରେ ଅଛନ୍ତି ମଧ୍ୟ ଜାଣି ପାରୁନାହାନ୍ତି । ଠିକାଦାର ତାଙ୍କର ଆଧାର କାର୍ଡ ନେଇଯାଇଥିଲା ବେଳେ ଗାଁକୁ ଫେରିଯିବାକୁ ଛାଡୁ ନାହାନ୍ତି ।  ଫଳରେ ସେମାନେ ପ୍ରତିବାଦ କରିବା ସହ ସୋସିଆଲ ମିଡ଼ିଆ ଏକ୍ସ ଏବଂ ଫେସବୁକରେ ଭିଡିଓ ସେୟାର ସହ ଅପଲୋଡ଼ କରିଥିଲେ । ପ୍ରଶାସନ ଯଥାଶୀଘ୍ର ସେମାଙ୍କୁ ଉଦ୍ଧାର କରି ଘରକୁ ଫେରାଇ ଆଣିବାକୁ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, ବୈଦ୍ୟେଶ୍ୱର ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠି ସମେତ କେନ୍ଦୁପଲ୍ଲୀ ପଂଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ନିକଟରେ ଅନୁରୋଧ କରିଛନ୍ତି ।

Comments are closed.