ରାହୁଲଙ୍କୁ ମନାଇବାରେ ଅଯଥା ସମୟ ନଷ୍ଟ ହେଲାଣି: କର୍ଣ୍ଣ ସିଂହ

ନୂୂଆଦିଲ୍ଲୀ : କଂଗ୍ରେସର ନେତୃତ୍ବ ସଂକଟ ଟାଳିବାକୁ ସାନି ପ୍ରସ୍ତାବ ଦେଇଛନ୍ତି ବରିଷ୍ଠ ନେତା ତଥା ଅତୀତରେ ଗାନ୍ଧୀ-ନେହରୁ ପରିବାରର ଅତ୍ୟନ୍ତ ଘନିଷ୍ଠ ଥିବା ଡଃ କର୍ଣ୍ଣ ସିଂହ। ଦଳ ପରିଚାଳନା ପଇଁ ୪ଜଣ କାର୍ଯ୍ୟକାରୀ ସଭାପତି ବା ଉପ-ସଭାପତି ପଦ ସୃଷ୍ଟି କରାଯିବା ଉଚିତ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧୀଙ୍କୁ ମନାଇବାକୁ ଉଦ୍ୟମ କରି ଦଳର ନେତାମାନେ ମାସାଧିକ କାଳ ନଷ୍ଟ କଲେଣି। ତୁରନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଡକାଇ ନେତା ବାଛାଯିବା ଉଚିତ ବୋଲି ସେ କହିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଡଃ ସିଂହ କହିଛନ୍ତି ଯେ କାଳବିଳମ୍ବ ନ କରି ଦଳର ଅନ୍ତରୀଣ ସଭାପତି ନିଯୁକ୍ତ କରାଯାଉ ଏବଂ ତାଙ୍କ ଅଧୀନରେ ୪ କାର୍ଯ୍ୟକାରୀ ବା ଉପ-ସଭାପତି ନିଯୁକ୍ତ କରାଯାଉ। କର୍ଣ୍ଣଙ୍କ ପ୍ରସ୍ତାବ ଅନୁଯାୟୀ, ୪ ଉପସଭାପତି ବା କାର୍ଯ୍ୟକାରୀ ସଭାପତିଙ୍କୁ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଭଳି ୪ ଜୋନ୍‌ର ଦାୟିତ୍ବ ଦିଆଯାଉ। ଏହି ପଦରେ ଯୁବ ନେତୃତ୍ବଙ୍କୁ ଅବସ୍ଥାପିତ କରାଯାଉ।

prayash

କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)କୁ ଲେଖିଥିବା ଏକ ପତ୍ରରେ ରାହୁଲଙ୍କ ଇସ୍ତଫା ପରଠାରୁ ଅଦ୍ୟାବଧି ଜାରି ରହିଥିବା ପରିସ୍ଥିତି ନେଇ ୮୮ବର୍ଷୀୟ କର୍ଣ୍ଣ କ୍ଷୋଭ ପ୍ରକାଶ କରିଛନ୍ତି। ରାହୁଲଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ପରିବର୍ତ୍ତେ ଇସ୍ତଫା ପ୍ରତ୍ୟାହାର କରିବା ପାଇଁ ଚାପ ପକାଯିବା ଅନୁଚିତ। ସେଥିପାଇଁ ଗତ ୬ ସପ୍ତାହ ଧରି କୌଣସି ବିକଳ୍ପ ବ୍ୟବସ୍ଥା ହୋଇପାରି ନାହିଁ ବୋଲି ସେ କହିଛନ୍ତି। ୧୯୬୭ରେ କଂଗ୍ରେସରେ ଯୋଗ ଦେଇଥିବା ନେତାମାନେ ଏଭଳି ପରିସ୍ଥିତିରେ ଚିନ୍ତିତ। ଦଳରେ ସୃଷ୍ଟି ହୋଇଥିବା ପରିସ୍ଥିତି ଗ୍ରହଣୀୟ ନୁହେଁ। ଏହା କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛି ଏବଂ ସେମାନେ ହତୋତ୍ସାହ ହୋଇପଡ଼ୁଛନ୍ତି। ଦଳର ସଭାପତି ଭାବେ ରାହୁଲ ସମସ୍ତଙ୍କ ପାଇଁ ସମ୍ମାନନୀୟ। ମେ ୨୫ରେ ସେ ଗ୍ରହଣ କରିଥିବା ନିଷ୍ପତ୍ତିକୁ ପ୍ରଥମରୁ ସମର୍ଥନ କରିଆସୁଥିବା କହିଛନ୍ତି କର୍ଣ୍ଣ। ଏହି ପରିପ୍ରେକ୍ଷୀରେ ସେ ସଭାପତି ପଦ ପାଇଁ ମୁକୁଲ ୱାସନିକ କିମ୍ବା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାମକୁ ସମର୍ଥନ କରିଥିବା ଜଣାପଡ଼ିଛି।

kalyan agarbati

Comments are closed.