ନୂଆଦିଲ୍ଲୀ : ଲୋକସଭାରେ ସୋମବାର ମୌସୁମୀ ଅଧିବେଶନର ଷଷ୍ଠ ଦିନର କାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବା ପରେ ବିରୋଧୀ ଦଳ ପ୍ରବଳ ହଟ୍ଟଗୋଳ ଆରମ୍ଭ କରିଥିଲେ । ପ୍ରବଳ ହଙ୍ଗାମା ପରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଗୃହ ଚଳାଇ ଦେଉନଥିବାରୁ ବିରକ୍ତ ପ୍ରକାଶ କରିବା ସହ ମର୍ଯ୍ୟାଦା ରକ୍ଷା କରନ୍ତୁ ବୋଲି ବାଚସ୍ପତି କହିଛନ୍ତି।
ଲୋକସଭାରେ ମୌସୁମୀ ଅଧିବେଶନର ଷଷ୍ଠ ଦିନର କାର୍ଯ୍ୟ ୧୧ଟାରେ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ହଟ୍ଟଗୋଳ ଆରମ୍ଭ କରିଦେଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ବିରୋଧୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ହଟ୍ଟଗୋଳ ଦେଖି ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାଗିଯିବା ସହ ପ୍ରଥମେ ଲୋକସଭା କାର୍ଯ୍ୟକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ରାଜ୍ୟସଭା କାର୍ଯ୍ୟ ମଧ୍ୟ ସ୍ଥଗିତ ରଖାଯାଇଥିଲା । ପୁଣି ହଟ୍ଟଗୋଳ ଯୋଗୁଁ ଲୋକସଭା କାର୍ଯ୍ୟ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି।
ଶ୍ରାବଣର ୩ୟ ସୋମବାରରେ ଗ୍ରହଙ୍କ ଦୁର୍ଳ୍ଲଭ ସଂଯୋଗ.. ପୁଣି ରାଜଯୋଗ; ଏହି ରାଶି ହେବେ ମାଲାମାଲ୍, ମିଳିବ ଏସବୁ ଖୁସି
ବିରୋଧୀଙ୍କ ହୋହଲ୍ଲା ଏବଂ ନାରାବାଜିରେ ପ୍ରଶ୍ନକାଳ ବାଧାପ୍ରାପ୍ତ ହେଉଥିବା ଦେଖି ଲୋକସଭା ବାଚସ୍ପତି ଓମ୍ ବିର୍ଲା କ୍ରୋଧ ପ୍ରକାଶ କରି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ସେମାନେ ଗୃହର କାର୍ଯ୍ୟରେ କାହିଁକି ବାଧା ଦେଉଛନ୍ତି? ବିରୋଧୀ କ’ଣ ଅପରେସନ୍ ସିନ୍ଦୂର ଉପରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି? ବିରୋଧୀ କାହିଁକି ପ୍ରଶ୍ନକାଳ ବାଧାପ୍ରାପ୍ତ କରିବାକୁ ଚାହୁଁଛନ୍ତି? ବିରୋଧୀ କାହିଁକି ପ୍ରଶ୍ନକାଳ ଜାରି ରଖିବାକୁ ଚାହୁଁନାହାଁନ୍ତି? ସେ ବିରୋଧୀ ଦଳ ନେତାଙ୍କୁ ତାଙ୍କ ସାଂସଦମାନଙ୍କୁ ବୁଝାଇବାକୁ କହିଥିଲେ ଯେ ସେମାନେ ଲୋକସଭାର ମର୍ଯ୍ୟାଦା ଭୁଲିଯିବା ଉଚିତ୍ ନୁହେଁ।
ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ବିରୋଧୀ ଦଳ ଲୋକସଭାର କାର୍ଯ୍ୟକୁ ବାଧା ଦେଉଥିଲେ କାରଣ ଅପରେସନ୍ ସିନ୍ଦୂର ଉପରେ ଆଲୋଚନା କରିବାକୁ ପଡିଥିଲା। ଏବେ କେନ୍ଦ୍ର ସରକାର ଅପରେସନ୍ ସିନ୍ଦୂର ଉପରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି, ତେବେ ଗୃହର କାର୍ଯ୍ୟ କାହିଁକି ବାଧାପ୍ରାପ୍ତ ହେଉଛି? ପ୍ରଶ୍ନକାଳ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ।



