www.samajalive.in
Saturday, December 6, 2025
14.1 C
Bhubaneswar

ନଦୀକୁ ପିକ୍‌ଅପ୍‌ ଖସି ୬ ଶ୍ରଦ୍ଧାଳୁ ମୃତ

ଲୁଧିଆନା : ପଞ୍ଜାବର ଲୁଧିଆନାରେ ୨୮ ଜୁଲାଇ ଅର୍ଥାତ୍‌ ସୋମବାରରେ ଭୋର ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲି ଯାଇଛି । ଗାଡି ଚାଳକଙ୍କ ସାମାନ୍ୟ ଭୁଲ୍‌ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ନେଇ ପୁଲିସ ସୂଚନା ଦେଇଛି । ଏକ ପିକ୍‌ଅପ୍‌ ଗାଡି ମଲେରକୋଟଲା ରୋଡ୍‌ରେ ଥିବା ପୋଲରୁ ନଦୀକୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିରେ ପ୍ରାୟ ୨୫ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ । ଏମାନଙ୍କ ମଧ୍ୟରେ ୨ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାୟ ୫ ଜଣ ଏବେ ମଧ୍ୟ ନଦୀରେ ନିଖୋଜ ରହିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଗାଡିରେ ଥିବା ଯାତ୍ରୀମାନେ ହିମାଚଳ ପ୍ରଦେଶରେ ମା’ନୈନା ଦେବୀ ଦର୍ଶନ କରି ନିଜ ଗାଁ ମାନକବାଲକୁ ଫେରୁଥିଲେ । ଦୁର୍ଘଟଣାରେ ଆହତ ଲୋକଙ୍କ ଠାରୁ ପୁଲିସ ରେକର୍ଡ କରିଥିବା ବୟାନ ଅନୁଯାୟୀ, ଗାଡିରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀଙ୍କୁ ନେବା ସହ ଗାଡି ଦ୍ରୁତ ଗତିରେ ଥିଲା । ଏହାସହ ଅନ୍ୟ ଏକ ଗାଡିକୁ ଓଭରଟେକ୍‌ କରିବା ସମୟରେ ଗାଡିଟି ଅନିୟନ୍ତ୍ରିତ ହୋଇ ନଦୀକୁ ଖସି ପଡିଥିଲା । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ସହ ତଦନ୍ତ ଆରମ୍ଭ କରିଥିଲେ । ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଦେଖନ୍ତୁ ଭିଡିଓ ; ବିଚ୍‌ ରାସ୍ତାରେ ବାଇକ୍‌ ଆରୋହୀଙ୍କ ଉପରେ ଝାମ୍ପ ମାରିଲା ବାଘ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories