www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ; ବିଚ୍‌ ରାସ୍ତାରେ ବାଇକ୍‌ ଆରୋହୀଙ୍କ ଉପରେ ଝାମ୍ପ ମାରିଲା ବାଘ..

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ପବିତ୍ର ସହର ତିରୁପତିରୁ ଏକ ଆଶ୍ଚର୍ଯ୍ୟଜନକ ଓ ଭୟଭୀତ କରୁଥିବା ଘଟଣା ସାମ୍ନାକୁ ଆସିଛି । ଭିଡିଓ ଭାଇରାଲ୍‌ ହେବା ପରେ ହଇଚଇ ସୃଷ୍ଟି କରିଛି । ସାଧାରଣତଃ ବାଘର ନାଁ ଶୁଣିଲେ ଭୟଭୀତ ହେବା ସାଧାରଣ କଥା । ତେବେ ଚିନ୍ତା କରନ୍ତୁ, ବାଇକ୍‌ରେ ଯିବା ସମୟରେ ବିଚ୍‌ ରାସ୍ତାରେ ହଠାତ୍‌ ଯଦି ବାଘ ଆକ୍ରମଣ କରେ, ଅବସ୍ଥା କ’ଣ ହେବ । ଏଭଳି ହିଁ ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ, ଏକ ବାଇକ୍‌ରେ ରାତି ସମୟରେ ୨ ଜଣ ଜଙ୍ଗଲ ରାସ୍ତାରେ ଯାଉଛନ୍ତି । ସେହି ସମୟରେ ହଠାତ୍‌ ଏକ କଲରାପତରିଆ ବାଘ ଆସି ଝାମ୍ପ ମାରି ଚଳନ୍ତା ବାଇକ୍‌ରେ ଥିବା ୨ ଜଣଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ।

- Advertisement -

ଏହି ସମ୍ପୂର୍ଣ୍ଣ ଘଟଣା ନିକଟରେ ଯାଉଥିବା କାର୍‌ରେ ଥିବା ଯାତ୍ରୀ ରେକର୍ଡ କରିଥିବା ଜଣାପଡିଛି । ବାଇକ୍‌ଟି ଦ୍ରୁତ ଗତିରେ ଥିବାରୁ ଚାଳକ ଜଣକ ସଠିକ୍‌ ନିୟନ୍ତ୍ରଣ ରକ୍ଷା କରି ବାଘ ଆକ୍ରମଣ ସହ ଦୁର୍ଘଟଣାରୁ ନିଜକୁ ରକ୍ଷା କରିଥିେଲେ । ଭିଡିଓରେ ଭଲ ଭାବେ ଦେଖିପାରିବେ, କିଭଳି ହଠାତ୍‌ ବାଘଟି ଆସି ଆକ୍ରମଣ କରିବାକୁ ଚେଷ୍ଟା କରିଛି । ଭିଡିଓ ସାମ୍ନାକୁୁ ଆସିବ ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଏହା ପ୍ରଥମ ଘଟଣା ନୁହେଁ, ତିରୁପତି ଅଞ୍ଚଳରେ ବାଘ ଦେଖାଯିବା । କିଛି ଦିନ ପୂର୍ବରୁ ଅଲୀପିରି ଅଞ୍ଚଳରେ ଏକ କଲରାପତରିଆ ବାଘ ସେଠାରେ ଥିବା ସିସିଟିଭିରେ ରେକର୍ଡ ହୋଇଥିଲା । ଫଳରେ ପାଖପାଖ ଅଞ୍ଚ ସହ ଯାତାୟତ କରୁଥିବା ଶ୍ରଦ୍ଧାଳୁଙ୍କ ମନରେ ଭୟର ବାତାବରଣ ଖେଳି ଯାଇଥିଲା । ଘଟଣା ବିଷୟରେ ତିରୁମାଳା ତିରୁପତି ଦେବସଂସ୍ଥାନ ଓ ବନ ବିଭାଗ ଘଟଣା ପ୍ରତି ଧ୍ୟାନ ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢା ଯାଇଥିଲା ।

ଏହାସହ ଟିଟିଡି ଅପିଲ୍‌ କରିଛି କି, ଶ୍ରଦ୍ଧାଳୁ ଏକା ଯାତ୍ରା କରନ୍ତୁ ନାହିଁ । ଏହାସହ ଜଙ୍ଗଲ ରାସ୍ତାରେ ଅଧିକରୁ ଅଧିକ ସତର୍କ ରୁହନ୍ତୁ । ବନ ବିଭାଗ ମଧ୍ୟ ଉକ୍ତ ଅଞ୍ଚଳରେ ସୁରକ୍ଷା ବଢାଇବା ସହ ଟିମ୍‌ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

ଶ୍ରାବଣର ୩ୟ ସୋମବାରରେ ଗ୍ରହଙ୍କ ଦୁର୍ଳ୍ଲଭ ସଂଯୋଗ.. ପୁଣି ରାଜଯୋଗ; ଏହି ରାଶି ହେବେ ମାଲାମାଲ୍‌, ମିଳିବ ଏସବୁ ଖୁସି

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories