ଭଦ୍ରକ : ବନ୍ୟାକୁ ନେଇ ବଡ଼ ବିପଦ ଟଳିଛି। ଶନିବାର ରାତି ୩ଟାରୁ ବୈତରଣୀରେ ଜଳ ସ୍ତର ଖସିବା ଆରମ୍ଭ କରି ରବିବାର ମଧ୍ୟାହ୍ନ ବେଳକୁ ବିପଦ ସଂକେତ(୧୮.୩୩ ମିଟର) ତଳକୁ ଖସିଯାଇଛି। କିନ୍ତୁ ୨୧ ପଞ୍ଚାୟତର ୨୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଧାମନଗରର ୧୧ ପଞ୍ଚାୟତ , ଭଣ୍ଡାରୀପୋଖରୀର ୪ଟି , ତିହିଡିର ୫ଟି ଏବଂ ଚାନ୍ଦବାଲିର ଗୋଟିଏ ପଞ୍ଚାୟତ ପ୍ରଭାବିତ ହୋଇଛି। ଜିଲ୍ଲାରେ ଥିବା ସୋହଡା, ପଧାନି, ଅର୍ଜୁନପୁର ଓ ହସନାବାଦ ଭଳି ୪ଟି ପଞ୍ଚାୟତ ବେଶି ପ୍ରଭାବିତ ହୋଇଛି। ତେଣୁ ଏହି ୪ ଟି ପଞ୍ଚାୟତରେ ଥିବା ସବୁ ସ୍କୁଲ ଦୁଇ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା ହୋଇଛି। ଲୋକେ ପାଣି ଘେରରେ ଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।
Popular Categories



