www.samajalive.in
Monday, December 15, 2025
16.1 C
Bhubaneswar

ସୋମବାର ରାଶିଫଳ (୧୦.୦୨.୨୦୨୦)

ମେଷ: ଦୂରଯାତ୍ରା ଶୁଭଦାୟକ ହେବ। ପରଚର୍ଚ୍ଚା କରିପାରନ୍ତି। ପଢ଼ାପଢ଼ିରେ ମନୋନିବେଶ କରି ସଫଳ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦିନଟି ଭିତରେ ମିଶ୍ରିତ ଫଳ ମିଳିବ।

ବୃଷ: ଚଳା-ଚଳ ରାସ୍ତାରେ ସତର୍କ ରହିବେ। କେତେକ ଘଟଣାକୁ କେନ୍ଦ୍ରକରି ବାଦାନୁବାଦ ଉପୁଜି ପାରେ। ବନ୍ଧୁଙ୍କ ସହିତ ଭୁଲ ବୁଝାମଣା ଘଟିବାର ସୂଚନା ମିଳୁଛି। କୃଷି କାର୍ଯ୍ୟ ଉପରେ ଗୁରୁତ୍ବ ଦେଇପାରନ୍ତି। ଯାନବାହନଜନିତ ସୁଖଭୋଗ କରିବେ। ଦାନଶୀଳ ହେବେ।

- Advertisement -

ମିଥୁନ: ଅପୂର୍ବ ସୁଯୋଗ ଅଛି। ଯାହା କରନ୍ତୁନା କାହିଁକି ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନ କରି ଉପକୃତ ହେବେ। ସରକାରୀ ସ୍ତରରେ ଲାଭବାନ୍‌ ହେବେ।

କର୍କଟ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଆକସ୍ମିକ ସମସ୍ୟା ଦେଖାଦେଇପାରେ। ତ୍ୟାଗଶୀଳ ଓ ନୀତିନିଷ୍ଠ ହୋଇପାରନ୍ତି। ବିବିଧ ପ୍ରକାରର ଅର୍ଥ ପ୍ରାପ୍ତ ହେବ। ଅତିସୁଖୀ ଓ କୀର୍ତ୍ତିମାନ୍‌ ହେବାର ସୂଚନା ମିଳୁଛି। ପ୍ରଫୁଲ୍ଲ ମୁଖ ଓ ରୂପବାନ୍‌ ହେବେ।

ସିଂହ: ବିଭିନ୍ନ ସ୍ତରରୁ କଲ୍ୟାଣମୂଳକ ସ୍ନେହ ଆଶୀର୍ବାଦ ମିଳିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ସରକାରୀ ଶୁଭ ଦୃଷ୍ଟି ରହିଛି। ଚିନ୍ତାଧାରା ମହତ୍‌ ହେବ। ଦାମ୍ପତ୍ୟ ସୁଖ ମିଳିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ।

କନ୍ୟା: ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ପଥରୋଧର ସମ୍ମୁଖୀନ ହେବେ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ। ବହୁ ଧନ, ପୁତ୍ର ମିଳିବ। ସାମାଜିକ ଗୌରବ ପ୍ରାପ୍ତ ହେବେ। ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି।

ତୁଳା: ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିୟୋଜିତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ବିଛା: କାର୍ଯ୍ୟରେ ସଫଳତା ଲାଭ କରିବେ। ପରିଶ୍ରମର ମୂଲ୍ୟ ମିଳିବ। ଶୁଭଖବର ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।

ଧନୁ: ଦେ’ଣ-ନେ’ଣ ଦୂରେ ଥାଉ; କେବଳ ଯୋଗାଯୋଗରେ କାର୍ଯ୍ୟ ହାସଲ କରିପାରନ୍ତି। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ସଦାସର୍ବଦା ପରୋପକାରୀ ଆତ୍ମସନ୍ତୋଷ ଲାଭ କରିବେ। ଧନବାନ୍‌ ଓ ସ୍ତ୍ରୀ ମୋହନକାରୀ ହେବେ।

ମକର: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଶୁଭକାର୍ଯ୍ୟକୁ ସ୍ଥଗିତ ରଖନ୍ତୁ। ସତ୍‌ପଥଗାମୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି। ପିତୃଭକ୍ତି ଯୁକ୍ତ ହୋଇପାରନ୍ତି। ଭାଗ୍ୟବାନ ହେବେ। ବିଭିନ୍ନ ଉପାୟରେ ଧନୀ ହେବେ।

କୁମ୍ଭ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସନୀୟ ହେବେ। ମିତ୍ର ଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ସୁଖକର ଘଟଣାମାନ ଘଟିପାରେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ। ମାନ୍ୟତା ପ୍ରାପ୍ତ ହେବେ।

ମୀନ: ଯୋଗାଯୋଗ ଫଳପ୍ରଦ ହେବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଲୋକଙ୍କ ଶ୍ରଦ୍ଧାଭାଜନ ହେବେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories