www.samajalive.in
Sunday, December 14, 2025
16.1 C
Bhubaneswar

୧୯ ବର୍ଷରୁ କମ୍ ବିଶ୍ୱକପ୍ : ଭାରତକୁ ୩ ୱିକେଟରେ ହରାଇ ବିଶ୍ବବିଜେତା ହେଲା ବାଂଲାଦେଶ

ପୋଚେଫ୍‌ଷ୍ଟ୍ରୁମ୍‌ : ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ଫାଇନାଲରେ ଭାରତକୁ ୩ ୱିକେଟରେ ହରାଇ ନୂତନ ବିଶ୍ବ ବିଜେତା ବନିଛି ବାଂଲାଦେଶ। ରବିବାର ଖେଳାଯାଇଥିବା ଫାଇନାଲରେ ବାଂଲାଦେଶ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ହରାଇ ପ୍ରଥମଥର ଟାଇଟଲ୍ ଜିତିବାର ସ୍ୱାଦ ଚାଖିଛି। ଭାରତର ୧୭୮ ରନର ବିଜୟଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ୪୧ ଓଭରରେ ୭ ୱିକେଟ୍ ହରାଇ ୧୬୩ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଏହା ପରେ ଡିଏଲ୍ ନିୟମ ଅନୁଯାୟୀ, ବାଂଲାଦେଶ ଆଗରେ ୪୬ ଓଭରରେ ୧୭୦ ରନର ନୂଆ ଟାର୍ଗେଟ୍ ରଖାଯାଇଥିଲା ବାଂଲାଦେଶ ୪୨.୧ ଓଭରରେ ୭ ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରିବା ସହ ନୂଆ ବିଶ୍ୱ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି।
ରବିବାର ଫାଇନାଲ ମ୍ୟାଚରେ ବାଂଲାଦେଶ କ୍ୟାପଟେନ୍ ଆକବର୍ ଅଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆରମ୍ଭରୁ ବାଂଲା ପେସ୍ ଆଟାକ୍ ନିଜ ସୁଇଂ ବଳରେ ଭାରତର ଦୁଇ ଓପ୍ନର ଯଶସ୍ୱୀ ଓ ଦିବ୍ୟାଂଶ ସାକ୍ସେନାଙ୍କୁ ବାନ୍ଧି ରଖିଥିଲେ। ଭାରତ ତା’ର ପ୍ରଥମ ଓଭରରେ ସପ୍ତମ ଓଭରରେ ହରାଇଥିଲେ । ଭଲ ଫର୍ମରେ ଥିବା ଦିବ୍ୟାଂଶ ମାତ୍ର ୨ ରନ୍ କରି ଅଭିଷେକ ଦାସଙ୍କ ଶିକାର ହୋଇଥିଲେ। ଏହା ପରେ ଯଶସ୍ୱୀ ଓ ତିଳକ ବର୍ମା ଧୈର୍ୟ୍ୟର ସହ ବ୍ୟାଟିଂ କରିଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ୯୪ ରନର ଭାଗୀଦାରୀ କରି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଥିଲେ। କିନ୍ତୁ ଏହାପରେ ଭାରତର ମଧ୍ୟ ଭାଗ ବ୍ୟାଟ୍ସମ୍ୟାନମାନେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ। ଭାରତ ନିଜର ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କ ୮୮ ରନ୍ ବଳରେ ୪୭.୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୭୭ ରନ୍ କରିଥିଲା। ଫଳରେ ବାଂଲାଦେଶକୁ ୧୭୮ ରନ୍ ଟାର୍ଗେଟ ମିଳିଥିଲା।

୧୭୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଜବରଦସ୍ତ ଆରମ୍ଭ କରିଥିଲା। ଦୁଇ ଓପ୍ନର ପରଭେଜ୍ ହୁସେନ୍ ଇମୋନ୍ ଓ ତାଞ୍ଜିଦ୍ ହାସନ୍ ପ୍ରଥମ ୱିକେଟ୍ ପାଇଁ ୫୦ ରନର ଭାଗୀଦାରୀ କରିଥିଲେ। ବାଂଲାଦେଶ ୧୭୮ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବେଳେ ମଧ୍ୟ କ୍ରମରେ ବର୍ଷା ଆରମ୍ଭ ହେବାରୁ କିଛି ସମୟ ଖେଳକୁ ବନ୍ଦ ରଖାଯାଇଥିଲା। ପରେ ବାଂଲାଦେଶକୁ ଡିଏସ୍ଏଲ୍ ନିୟମ ଅନୁସାରେ ୪୬ ଓଭରରେ ୧୭୦ ରନ୍ ବିଜୟ ଲକ୍ଷ୍ୟ ଦିଆଯାଇଥିଲା। ଏହି ଲକ୍ଷ୍ୟକୁ ଟିମ୍ ୪୨.୧ ଓଭରରେ ୭ଟି ଓ୍ଵିକେଟ ହରାଇ ହାସଲ କରିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories