www.samajalive.in
Sunday, December 7, 2025
23.1 C
Bhubaneswar

ଏସସିବିରେ ସ୍ଥାପନ ହେଲା ଅତ୍ୟାଧୁନିକ ମଲିକୁଲାର ଜିଓନୋମିକ ପରୀକ୍ଷା

କଟକ: ଦେଶରେ ପ୍ରଥମ ଥର ପାଇଁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଅତ୍ୟାଧୁନିକ ମଲିକୁଲାର ଜିଓନୋମିକ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷାଗାରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଉଦଘାଟନ କରିଛନ୍ତି। ଏହି ପରୀକ୍ଷା ଦ୍ୱାରା କର୍କଟ ରୋଗ ଆରମ୍ଭ ସମୟରେ ଚିହ୍ନଟ କରିପାରିଵ। ମଲିକୁଲାର ଜିଓନୋମିକ ପରୀକ୍ଷା ଏବଂ ଗବେଷଣା ପରୀକ୍ଷାଗାର ଏସସିବିର ବାୟୋକେମେଷ୍ଟ୍ରି ବିଭାଗରେ ସ୍ଥାପନ କରାଯାଇଛି। ଏହି ପରୀକ୍ଷାଗାରେ ପ୍ରାଥମିକ ସ୍ତରରେ ଥିବା ସ୍ତନ କର୍କଟ, ଫୁସଫୁସ କର୍କଟ, ଅନ୍ତ୍ରାଶୟ କର୍କଟ ଓ ଗର୍ଭାଶୟ କର୍କଟ ଭଳି ମାରାତ୍ମକ ରୋଗକୁ ଚିହ୍ନଟ କରାଯାଇ କର୍କଟ ରୋଗ ହେବା ପୂର୍ବରୁ ମହିଳାମାନଙ୍କ କ୍ଷେତ୍ରରେ ଦେଖା ଦେଉଥିବା ପାପିଲୋମା ଭାଇରସ୍‍ ସଂକ୍ରମଣକୁ ଠାବ କରାଯାଇ ପାରିବ। ବିଶେଷ କରି ୨୦ ରୁ ୬୫ ବର୍ଷ ବୟସର ମହିଳାମାନଙ୍କୁ କର୍କଟ ଭଳି ମାରାତ୍ମକ ରୋଗ କବଳରୁ ରକ୍ଷା କରାଯାଇ ପାରିବ। ଅନ୍ୟ ପକ୍ଷରୁ ଆଇସିୟୁରେ ଥିବା ରୋଗୀମାନଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଏମଆରଏସ୍‍ଏ ସଂକ୍ରମଣର ପ୍ରାଥମିକ ସ୍ତରରେ ଚିକିତ୍ସା କରାଯାଇ ପାରିବ।

ଅତ୍ୟାଧୁନିକ ମଲିକୁଲାର ଜିଓନୋମିକ ପରୀକ୍ଷା ଦ୍ୱାରା ମ୍ୟାଲେରିଆ, ମସ୍ତିଷ୍କ ମ୍ୟାଲେରିଆ, ଯକ୍ଷ୍ମା ଭୂତାଣୁ, ସ୍ପଣ୍ଡିଲାଇସିସ୍‍, ଗଣ୍ଠି ଜନିତ ସମସ୍ୟା, ସିକିଲିସେଲ, ଥାଲାସିମିଆ, କର୍କଟ, ମଧୁମେହ, ଉଚ୍ଚ ରପ୍ତଚାପ, ହୃଦ୍‍ଜନିତ ରୋଗ, ଆଲଜେମର ଓ ଉଦାସନୀତା ଆଦି ରୋଗର ପ୍ରକୃତ କାରଣ ଜାଣିବା ସହିତ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଯାଇ ପାରିବ। ଏହି ପରୀକ୍ଷା ପାଇଁ ବାହାରେ ୨୫ହଜାରରୁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚାନ୍ତ ହେବାକୁ ପଡୁଥିବାବେଳେ ଏସସିବିରେ ସ୍ଥାପିତ ପରୀକ୍ଷାଗାରରେ ସମ୍ପୂର୍ଣ୍ଣ ମାଗଣାରେ ଅଳ୍ପ ସମୟରେ ପରୀକ୍ଷା ରିପୋର୍ଟ ମିଳିପାରିବ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories