bjd gruha runa

ମୋହନା ଆମ ପୁଲିସ ତରଫରୁ ବରିଷ୍ଠ ନାଗରିକ ମାନଙ୍କୁ ଆଇନ ସଚେତନତା

BJD Bijuli 480×75 Mob
0

ମୋହନା : ମୋହନା ଥାନା ପକ୍ଷରୁ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାୟ ୨୫ ରୁ ଊର୍ଦ୍ଧ୍ବ ନାଗରିକ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ବରିଷ୍ଠ ଶିକ୍ଷାବିତ୍‍ ମଧୁସଦନ ପାଢୀ, ମୁଖ୍ୟ ଅତିଥି ଅବସର ପ୍ରାପ୍ତ ସ୍କୁଲ ଏସଆଇ ମାର୍ଶଲ ନାୟକ ଯୋଗ ଦେଇଥିଲେ। ମୋହନା ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷାତରେ ଅଣୁଷ୍ଠିତ ହୋଇଥିବା ଏହି ଆଇନ ସଚେତନତା ଶିବିରରେ ଥାନାଧିକାରୀ ବେହେରା ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟଦାବି, ଅଧିକାର, କର୍ତବ୍ୟ ଓ ସରକାରଙ୍କ ପକ୍ଷରୁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ହାସଲ କରିବା ଉପରେ ଉପସ୍ଥିତ ନାଗରିକ ମାନଙ୍କୁ ବୁଝାଇଥିଲେ। ମୁଖ୍ୟ ବକ୍ତା ନିଜ ବକ୍ତବ୍ୟରେ ସରକାରଙ୍କ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ରହିଥିବା ସୁହାନୁଭୁତି ଏବଂ ହାଇଜା ନେବା ସହ ସେମାନଙ୍କର ରହିଥିବା ବିଭିନ୍ନ ଅସୁବିଧା ଗୁଡିକୁ ପ୍ରଶାସନ ନିକଟରେ ଉପସ୍ଥାପନ କରିବା ପାଇଁ କହିଥିଲେ। ଶେଷରେ ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply