www.samajalive.in
Sunday, December 7, 2025
26.1 C
Bhubaneswar

ଅସହାୟ ମହିଳା ଓ ଶିଶୁଙ୍କୁ ସାହା ହେଲେ ଡାକ୍ତର ତ୍ରିଶୁଳ

ମୋହନା: ଦେଶରେ ଲକଡାଉନ ଚାଲିଥିବା ବେଳେ ପ୍ରବାସୀ ଶ୍ରମିକମାନେ ନିଜ ଘର ମୁହାଁ ହେଉଛନ୍ତି। ଦିଲ୍ଲୀରେ ଶ୍ରମିକ ଭାବେ ବଲାଙ୍ଗିର ଜିଲ୍ଲାର ପ୍ରଦୀପ କିଷାନ(୩୨) ଓ ତାଙ୍କ ସ୍ତ୍ରୀ ଅନୀତା କିଷାନ(୨୬) କୁଲି ମଜୁରୀ କରି ଚଳି ଆସୁଥିଲେ। ଲକଡାଉନ ଘୋଷଣା ହେବା ପରେ ପ୍ରଦୀପ କାମ ନ ପାଇ ନିଜ ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁପୁତ୍ରକୁ ଧରି ଟ୍ରେନ ଯୋଗେ କାନପୁର ଷ୍ଟେସନ୍‌ରେ ଛାଡି ଦିଲ୍ଲୀ ଚାଲି ଯାଇଥିଲେ। ହେଲେ ମହିଳା ଜଣଙ୍କ ଅସହାୟ ଅବସ୍ଥାରେ ନିଜର ଦୁଇ ବର୍ଷର ଶିଶୁପୁତ୍ରକୁ ଧରି ବହୁ ଦୁଃଖ କଷ୍ଟରେ ବିଶାଖାପାଟଣାରେ ପହଞ୍ଚି ଥିଲେ। ତାଙ୍କ ପାଖରେ କିଛି ଟଙ୍କା ପଇସା ନଥିବାରୁ ଥାନା କର୍ମଚାରୀ ଓ କିଛି ଲୋକଙ୍କୁ ଖାଇବା ମାଗିବା ସହ କିଛି ଟଙ୍କା ମାଗି ବିଭିନ୍ନ ଗାଡି ପରିବର୍ତ୍ତନ କରି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ପହଞ୍ଚି ସେଠାରୁ ଚାଲି ଚାଲି ଆସି ମୋହନାରେ ପହଞ୍ଚି ଥିଲେ। ତାଙ୍କ ଶିଶୁ ପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଚିକିତ୍ସା କରାଇ ଥିଲେ। ଡାକ୍ତର ତ୍ରିଶୁଳ ସେନାପତି ତାଙ୍କର କରୋନା ଟେଷ୍ଟ କରାଇଥିଲେ। ତାଙ୍କୁ ଡାକ୍ତରଖାନାରେ ଶ୍ରୀ ସେନାପତି ରହିବା ଓ ଖାଦ୍ୟ ବ୍ୟବସ୍ଥା କରାଇଥିଲେ।

ଏହି ଖବର ଶୁଣି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡା, ସ୍ଵାସ୍ଥ୍ୟୁ ଅଧିକାରିଣୀ ଡ. ନାମିତା ପଣ୍ଡା, ବିଡିଓ ସାର୍ଥକ ସୌରଭ ମହାପାତ୍ର, ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ଓ ଗଣମାଧ୍ୟମ ପ୍ରତିନିଧି ପଞ୍ଚାନନ ଦାଶ, ଅଂଶୁମାନ ପଣ୍ଡା, ମନ୍ମଥ ମିଶ୍ର ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ଗୁରୁବାର ଦିନ ମଧ୍ୟାହ୍ନ ସମୟରେ ମୋହନାରେ ଥିବା ଏକ ଏନଜିଓ ନହ୍ନେମୁହ୍ନେ ଗୃହରେ ଛଡା ଯାଇଛି। ମାଆ ଓ ଶିଶୁ ଉଭୟେ ସୁସ୍ଥ ଓ ସୁରକ୍ଷିତ ଥିବା ଜଣାପଡିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories