ପୁଲିସ ହେପାଜତରୁ ସ୍କାଇଲାଇଟ ଭାଙ୍ଗି ଯୁବକ ଫେରାର

ଚାନ୍ଦିପୁଟ: ପୁଲିସ ହେପାଜତରୁ ସ୍କାଇଲାଇଟ ଭାଙ୍ଗି ଯୁବକ ଫେରାର । ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନାରେ । ସୋମବାର ଭୋର ସମୟରେ ଥାନାରୁ ଯୁବକ ଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଫେରାର ଯୁବକ ଜଣକ ହେଲେ ଚୁଡଙ୍ଗପୁର ଗ୍ରାମର ରାହୁଲ ପରିଛା ।

ମିଳିଥିବା ସୂଚନା ଅନୁଜୟୀ, ଗତ ମାସରେ ମୋହନା ଥାନା ଅଂଚଳର ଜଣେ ନାବାଳିକାଙ୍କୁ ଚୁଢ଼ଙ୍ଗପୂର ଗାଁର ମାନସ ପରିଛା ନାମକ ଯୁବକ ଅପହରଣ କରି ନେଇ କେଉଁଆଡେ ଫେରାର ହୋଇଯାଇଥିବା ନେଇ ମୋହନା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଚଳିତ ମାସ ୨ ତାରିଖରେ ମୋହନା ପୁଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିଥିଲା । ଏହି ଘଟଣାରେ ପୁଲିସ ସନ୍ଦେହ କରି ଅପହରଣକାରୀ ଯୁବକର ବଡ଼ଭାଇ ରାହୁଲ ପରିଛାକୁ ଥାନାରେ ଆଣି ଅଟକ ରଖି ପଚରା ଉଚରା କରୁଥିଲା । ତେବେ ଆଜି ଭୋର ୩ଟା ସମୟରେ ରାହୁଲ ପରିଛା ଝାଡ଼ା ଯିବା ବାହାନାରେ ପାଇଖାନାର ସ୍କାଇ ଲାଇଟକୁ ତାଡି ବାହାରକୁ ଡେଇଁ ଚମ୍ପଟ ମାରିଛି । ଏ ନେଇ ପୁଲିସ୍ ଏକ ମାମଲା ରୁଜୁ କରି ସନ୍ଧାନ ଜାରି ରଖିଥିବା କହିଛନ୍ତି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ।

Comments are closed.