www.samajalive.in
Monday, December 15, 2025
16.1 C
Bhubaneswar

ମୋହନାରେ ଡେଙ୍ଗୁ ଆକ୍ରାନ୍ତରେ ୭ ମୃତ୍ୟୁ ଘଟଣା ସମ୍ପୂର୍ଣ୍ଣ ମିଛ : ଡାକ୍ତର ନମିତା ପଣ୍ଡା

ମୋହନା: ଗଜପତି ଜିଲ୍ଲା ମୋହନାରେ ଡେଙ୍ଗୁ ଆତଙ୍କ। ଗତ କିଛି ଦିନ ହେଲା ମୋହନାରେ ଡ଼େଙ୍ଗୁ ଆତଙ୍ଗ ଖେଳି ଯାଇଛି। ପରିବେଶ ପ୍ରଦୂଷିତ ହେବା ଏବଂ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସ୍ଥାନୀୟ ପଞ୍ଚାୟତରେ ଦିନକୁ ଦିନ ଅସ୍ଵାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଡ଼େଙ୍ଗୁରେ ସ୍ଥାନୀୟ କିଛି ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିବା ବେଳେ ବ୍ଳକ ଓ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ଗୁରୁତର ୨ଜଣ ଡ଼େଙ୍ଗୁ ଆକ୍ରାନ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ସିବିସି ପରୀକ୍ଷା ସୁବିଧା ଏଠାରେ ନଥିବାରୁ ଲୋକେ ବେସରକାରୀ କ୍କିନିକରେ ଚ଼ଢ଼ା ଦରରେ ଅର୍ଥ ଦେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ବ୍ରହ୍ମପୁର, ବିଶାଖାପାଟଣା ଯିବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି। ରବିବାର ଓ ସୋମବାର ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି।

ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲ ପକ୍ଷରୁ ଏକ ବିଶେଷଜ୍ଞ ଟିମ ସୋମବାର ଅପରାହ୍ନରେ ଆସି ସାହି ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରିଥିବା ବେଳେ ଏହାର ପରୀକ୍ଷା ପରେ ୩୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସେଥି ମଧ୍ୟରୁ ୩୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯିବା ପରେ ସେମାନଙ୍କୁ ଘରକୁ ପଠାଯାଇଥିବା ଓ ସେମାନଙ୍କ ମଧ୍ୟରୁ ୨ ଜଣ ଚିହ୍ନଟ ହୋଈ ମୋହନା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ବୋଲି କହିଛନ୍ତି ମୋହନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ନମିତା ପଣ୍ଡା। ଆଜି ମଧ୍ୟ ମୋହନାରେ କିଛି ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ୫୨ ଜଣଙ୍କ ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ତିନି ଜଣଙ୍କ ରକ୍ତ ନମୁନାରେ ପୂର୍ବରୁ ଡେଙ୍ଗୁ ହୋଇ ଛାଡିଥିବା କହିଛନ୍ତି ଭାରପ୍ରାପ୍ତ ଡାକ୍ତର। ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ମୋହନା ମେଡ଼ିକାଲରେ ସ୍ବତନ୍ତ୍ର ୱାର୍ଡ ଖୋଲାଯାଇଛି। ତେବେ ଡେଙ୍ଗୁରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ମୋହନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ପଣ୍ଡା। ଡେଙ୍ଗୁରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories