ଫୁଲବାଣୀ: ଗୁରୁ ଦିବସ ଅବସରରେ ସ୍ଥାନୀୟ ଏ ଜେ ଓ ହାଇସ୍କୁଲ ଠାରେ ବ୍ଲକସ୍ତରୀୟ ମୁଁ ପଢ଼ିବି ମୁଁ ଲେଖିବି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ପିଲାଙ୍କ ଦକ୍ଷତା ବୃଦ୍ଧିକରିବା ସହ ପାଠ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏବି ଇ ଓ ଅମୁଲ୍ୟ କୁମାର ଜେନା, ଅଶୋକ ମିଶ୍ରଙ୍କ ସମେତ ସମସ୍ତ ସି ଆର ସି ସି, ବ୍ଲକ ଅନ୍ତର୍ଗତ ୧୩ଟି କ୍ଲଷ୍ଟରର କୋଡିଏ ଜଣ ଛାତ୍ରଛାତ୍ରୀ ଓ ଗାଇଡ଼ ଟିଚର ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ ନିଜସ୍ୱ ଢଙ୍ଗରେ ଲେଖିଥିବା ବିଷୟକୁ ସମସ୍ତଙ୍କ ସମ୍ମୁଖରେ ନିର୍ଭୁଲ ଭାବରେ ପଢିଥିଲେ। ଏହାଦ୍ୱାରା ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ଜ୍ଞାନ ବୃଦ୍ଧି ହେବାସହ ନିଜ ଭାଷା ଅଧିକ ସୁଦୃଢ଼ ହୋଇପାରିବ ବୋଲି ଅତିଥି ମାନେ କହିଥିଲେ। ଶେଷରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର ପୁରସ୍କୃତ କରିଥିଲେ। ଆଗକୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ଯେପରି ହେବେ ସେଥିପ୍ରତି ଶିକ୍ଷକ ଶିକ୍ଷୟତ୍ରୀମାନେ ଆନ୍ତରିକତାର ସହ ଉଦ୍ୟମ କରିବା ଲାଗି ମୁଖ୍ୟ ଅତିଥି କହଁର ପରାମର୍ଶ ଦେଇଥିଲେ।
Popular Categories



