ବ୍ରହ୍ମପୁର: ବ୍ରହ୍ମପୁର ସରକାରୀ ରେଳବାଇ ଥାନା ଅନ୍ତର୍ଗତ ପଞ୍ଚମା ରେଳ ଫାଟକ ନିକଟରେ ଚଳନ୍ତା ଟ୍ରେନ ଧକ୍କାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ପଞ୍ଚମା ଗ୍ରାମର ସଦା ରାଉଳଙ୍କ ଝିଅ ରଶ୍ମିତା ରାଉଳ। ସେ ପଞ୍ଚମା ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ। ଆଜି ଦିନ ୧ଟା ବେଳେ ସ୍କୁଲରୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଘରକୁ ଆସିଥିଲେ। ହେଲେ ସେ ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ରେଳବାଇ ପୁଲିସ ପହଞ୍ଚି ଛାତ୍ରୀଙ୍କ ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।
Popular Categories



