ଛାତରୁ ଖସିପଡି ମହିଳା ଶ୍ରମିକ ମୃତ

ମୋହନା: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ହାଇସ୍କୁଲରେ ୫ଟି ରୂପାନ୍ତରିତ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଛାତରୁ ଖସିପଡି ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମହିଳା ଜଣକ ହେଲେ ପାଣିଗଣ୍ଡା ଓଡିଆ ସାହିର ଜ୍ୟୋତ୍ସ୍ନା ଦଣ୍ଡସେନା (୨୫)।ସେ କିଛି ଦିନ ହେଲା ଦିନ ମଜୁରୀଆ ଭାବେ ବିଦ୍ୟାଳୟରେ କାମ କରୁଥିଲେ। ସବୁଦିନ ଭଳି ଘର ନିର୍ମାଣ ପାଇଁ ଇଟା ନେଇ ଛାତକୁ ଯିବାବେଳେ ଛାତରୁ ଖସି ପଡି ଗୁରୁତର ଆହତ ହୋଇ ପଡିବାରୁ ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମୋହନା ପୁଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି। ଅପରପକ୍ଷେ କିଛି ମାସ ପୂର୍ବେ ଜ୍ୟୋତ୍ସ୍ନାଙ୍କର ସ୍ୱାମୀ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ୫ ବର୍ଷର ଗୋଟିଏ ଝିଅ ଅଛି । ସେ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କ ଝିଅକୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।

kalyan agarbati

Comments are closed.