www.samajalive.in
Monday, December 15, 2025
16.1 C
Bhubaneswar

ଝାଡାବାନ୍ତି ଥମିବାର ନାଁ ଧରୁନି, ଆକ୍ରାନ୍ତଙ୍କ ସଂଖ୍ୟା ୧୫

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପି. ଗୋବିନ୍ଦପୁର ଗାଁରେ ଝାଡା ବାନ୍ତି ଆତଙ୍କ ଥମିବାର ନାଁ ଧରୁନି। ପୁଣି ୧୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗୋବିନ୍ଦପୁର ବିଦ୍ୟାଳୟ ହଷ୍ଟେଲରେ ରହି ୫ମ ଶ୍ରେଣୀରେ ପାଠ ପଢ଼ୁଥିବା ୨ଜଣ ଛାତ୍ର ଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସିତ ହେଉଛନ୍ତି। ଗୋବିନ୍ଦପୁର ନିକଟ ଜାମଲିଙ୍ଗ ଗାଁର ଜଣେ ମହିଳା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଆଉ ୮ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଜିଲ୍ଲା ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଦାଶ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ନୂତନ ନଳକୂପ ଖନନ, ନଳକୂପ ମରାମତି, ବସୁଧା ପାଣି ଟାଙ୍ଗିକୁ ବିଶୋଧନ କରିବା ଓ ପରିମଳ ସଫା ରଖିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଯୋଗ୍ୟ ଗତ ଜୁଲାଇ ୨୬ ସନ୍ଧ୍ୟାରେ ହଠାତ ଗାଁରେ ୫ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ଗାଁର ୯ ବର୍ଷର ନାବାଳିକା ଲିପି ନାୟକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରିଥିଲେ। କିନ୍ତୁ ପରିବାର ଲୋକେ ଗୁରୁତର ନାବାଳିକାକୁ ବ୍ରହ୍ମପୁର ନ ନେଇ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିଥିଲେ। ବୁଧବାର ସକାଳ ପ୍ରାୟ ୯ଟାରେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିବା ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ. ନମିତା ପଣ୍ଡା କହିଛନ୍ତି।

- Advertisement -

ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ଲୋକେ ଆରୋଗ୍ୟ ଲାଭ ପାଇଁ ଝଡାଫୁଙ୍କା ଓ ଜଡିବୁଟି ଔଷଧ ସେବନ କରିଥିବା ଓ ଦୂଷିତ ଜଳ ପାନୀୟ ଭାବେ ବ୍ୟବହାର କରିଥିବାରୁ ଝାଡ଼ାବାନ୍ତି ବ୍ୟାପିଥିବା ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡା.ପଣ୍ଡା କହିଛନ୍ତି। ବର୍ତ୍ତମାନ ସେଠାକାର ପରିସ୍ଥିତି ପୁଣି ବିଗିଡି ଯାଇଛି। ଏହାକୁ ଅନୁଧ୍ୟାନ କରିବା ପାଇଁ ଗାଁରେ ୨୮ରେ ପହଞ୍ଚିଥିଲେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ୨ଜଣ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ଜଣେ ଏପିଡେମୋଲଜିଷ୍ଟ , ଜିଲ୍ଲାସ୍ତରୀୟ ଜନପ୍ରତିନିଧି ଏବଂ ବ୍ଳକ ଅଧିକାରୀମାନେ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତ ଶିଶୁକନ୍ୟାର ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଆକ୍ରାନ୍ତ ମାନଙ୍କ ସ୍ଵାସ୍ୟ ବସ୍ଥା ପଚାରି ବୁଝିଥିଲେ। ଡାକ୍ତରୀ ଦଳ ସେଠାକାର ୭ଟି ଜଳଉତ୍ସର ପାନୀୟ ଜଳର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରର ଟିମ ଯାଇ ଗାଁ ଲୋକଙ୍କୁ ସଚେତନ କରାଇବା ସହିତ ଗରମ ପାଣି ବ୍ୟବହାର କରିବା, ପାଣିରେ ହାଲୋଜିନ ବଟିକା ବ୍ୟବହାର,ପାଇଖାନାର ବ୍ୟବହାର ଓ ଓଆରଏସ ପାଉଡର ବ୍ୟବହାର କରିବା ଉପରେ ଲୋକଙ୍କୁ ବୁଝାଇଥିଲେ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories