www.samajalive.in
Sunday, December 7, 2025
26.1 C
Bhubaneswar

ଝାଁସିରାଣୀ ପାଚିକା ସହାୟିକା ମହିଳା ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଂଚାୟତରେ କାର୍ୟ୍ୟରତ ଥିବା ବିଦ୍ୟାଳୟ ଗୁଡ଼ିକର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ନିୟୋଜିତ ଥିବା ମହିଳା ସଂଘ ପକ୍ଷରୁ ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ବିଡିଓଙ୍କ ଅନୁପସ୍ଥିତିରେ ବରିଷ୍ଠ ସେକସନ ଅଧିକାରୀ ବେଣୁଧର ଚଣ୍ଡ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମାରାପୁଙ୍କୁ ପ୍ରଦାନ କରିଛନ୍ତି। ମହାସଂଘର କର୍ମ କର୍ତ୍ତାମାନେ ସ୍ଥାନୀୟ ହାଇସ୍କୁଲ୍ ଛକଠାରୁ ଶୋଭାଯାତ୍ରାରେ ବାହାରି ନାରାବାଜି ଦେଇ ବିରାଟ ପଟୁଆରରେ ବ୍ଲକ୍ କାର୍ୟ୍ୟାଳୟ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟକୁ ଯାଇଥିଲେ।
ଦାବୀ ପତ୍ର ଉଲ୍ଲେଖ ରହିଛି ଠିକା ପ୍ରଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଦିଆଯାଉ, ଦରମା ମାସିକ ୨୦ ହଜାର ଟଙ୍କା ଲାଗୁ ହେଉ, ମୃତ୍ୟୁ କାଳୀନ ସହାୟତାରେ ପରିବାରକୁ ୧୦ ଲକ୍ଷ ଟଙ୍କା ପ୍ରଦାନ, ମୃତ ପରିବାର ସଦସ୍ୟ ସଦାସ୍ୟାଙ୍କୁ ପୁନର୍ବାର କାମରେ ଥଇଥାନ କରାଯାଉ, ସମସ୍ତ ପାଚିକାଙ୍କୁ ପୋଷାକ ପ୍ରଦାନ କରନ୍ତୁ, ଅବସର ପରେ ପେନସନ ପ୍ରଦାନ କରାଯାଉ। ଏହି ଦାବୀ ଗୁଡ଼ିକ ତୁରନ୍ତ ଲାଗୁ ନ ହେଲେ ଗଜପତି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ କରାଯିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘର ସଭାପତି ସ୍ନେହଲତା ନାୟକ, ସମ୍ପାଦକ ପାଉଲିନା ନାୟକ କହିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories