www.samajalive.in
Sunday, December 7, 2025
13.1 C
Bhubaneswar

ବଳଦ ଟଣା ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଓ ତାଲିମ ଶିବିର

ମୋହନା : ଓଡିଶା କୃଷି ଓ ବୈଷୟୀକ ବିଶ୍ୱ ବିଦ୍ୟାଳୟ ଅଧିନ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁ ସକାଳ ସଂସ୍ଥା ସହାୟତାରେ ଗଜପତି ଜିଲାର ମୋହନା ଠାରେ ଓୟୁଏଟି ପକ୍ଷରୁ ବଳଦ ଟଣା ବିବିଦ୍ଧ ମଞ୍ଜି ଓ ସାର ବୁଣା ଯନ୍ତ୍ରର କ୍ଷେତ୍ର ପଦର୍ଶନି ଓ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଖ ପାଖ ଗ୍ରାମରୁ ସତାଧିକ ଅଗ୍ରଣୀ ଚାଷୀ ଭାଗ ନେଇଥିଲେ। ବର୍ତ୍ତମାନ ଗଜପତି ଜିଲାରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀମାନେ ବଳଦମାନଙ୍କ ଦ୍ୱାରା ବିଭିନ୍ନ ଚାଷ କାର୍ଯ୍ୟ କରିଥାନ୍ତି।  ଏହି ଜିଲାର ଓଡିଶା ମିଲେଟ୍‍ ମିଶନ୍‍ ପ୍ରକଳ୍ପ ତରଫରୁ ମାଣ୍ଡିଆ, ସୁଆଁ, କାଙ୍ଗୁ ଓ ଜହ୍ନା ଇତ୍ୟାତି କ୍ଷୁଦ୍ର ଶସ୍ୟର ପ୍ରସାର ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି।  ଉକ୍ତ ଫସଲ ଗୁଡିକର ଉତ୍ପାଦନ ବୃଦ୍ଧି ପାଇଁ ଧାଡିରେ ମଞ୍ଜି ବୁଣିବା ପାଇଁ ଚାଷୀମାନଙ୍କୁ ତାଲିମ ଦିଆଯାଇଥିଲା। କୃଷି ଯାନ୍ତ୍ରୀକ ଓ ବୈଷୟିକ ମହାବିଦ୍ୟାଳୟ ଅନ୍ତର୍ଗତ କ୍ଷେତ୍ର ଯନ୍ତ୍ରପାତି ଓ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ପ୍ରକଳ୍ପ ତରଫରୁ ଏକଧାଡିଆ ବିବିଦ୍ଧ ମଞ୍ଜି ଓ ସାର ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଚାଷୀ ଭାଇମାନଙ୍କୁ ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ବୁଝାଇଥିଲେ। ଓୟୁଏଟି ପକ୍ଷରୁ ବିକଶିତ ଯୁଆଳି, ମୋଡପତ୍ର ଲଙ୍ଗଳ, କାଦୁଅ କରିବା ଯନ୍ତ୍ର, ଗଜାଧାନ ବୁଣା ଯନ୍ତ୍ର ଗୁଡିକର ବ୍ୟବହାର, ଉପଯୋଗିତା, ପ୍ରାପ୍ତିସ୍ଥାନ, ସରକାରୀ ରିହାତୀ ଓ ରକ୍ଷଣା ବେକ୍ଷଣ ବିଷୟରେ ଶ୍ରୀ ସ୍ୱାସଇଂ ଚାଷୀଭାଇମାନଙ୍କୁ ଚିତ୍ର ଓ ଭିଡିଓ ମାଧ୍ୟମରେ ବୁଝାଇଥିଲେ। ପଶୁ ବିଜ୍ଞାନୀ ପ୍ରଫେସର ଅରୁଣ କୁମାର ମହାପାତ୍ର ବଳଦମାନଙ୍କର ଖାଦ୍ୟ, ରହିବା ସ୍ଥାନ ଓ କାର୍ଯ୍ୟ କ୍ଷମତା ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସକାଳ ସଂସ୍ଥାର ବରିଷ୍ଠ ଅଧିକାରୀ ସନ୍ତୋଷ କୁମାର ଗୌଡ ରୂପରେଖ ପ୍ରସ୍ତୁତ କରିବା ସହ ପରିଚାଳନା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories