ଶ୍ରୀ ମନ୍ଦିର ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ
ମୋହନା: ଗଜପତି ଜିଲ୍ଲା ମୋହନାରେ ଶ୍ରୀମନ୍ଦିର ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଶିବ ମନ୍ଦିର ଠାରୁ ଶହ ଶହ ଜଗନ୍ନାଥ ପ୍ରେମୀ ଏକ ଶୋଭା ଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାରଙ୍କ ପକ୍ଷରୁ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଭାରତୀୟ ପ୍ରତ୍ନତତ୍ତ୍ଵ ଓ ଗବେଷଣା ବିଭାଗ ଦ୍ୱାରା ପ୍ରଣୟନ କରାଯାଇଥିବା ନିୟମର ଅନୁପାଳନ କରାଯାଉ ନାହିଁ । ଶ୍ରୀମନ୍ଦିର ସୁରକ୍ଷା ଆଇନ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ଚାଲୁ । କିନ୍ତୁ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ, ସେବାୟତ ଏବଂ ଜଗନ୍ନାଥ ପ୍ରେମୀ ଓ ଜଗନ୍ନାଥ ସଂସ୍କୃତି ପରମ୍ପରା ଜାଣିଥିବା ବ୍ୟକ୍ତିମାନଙ୍କ ସହ ପରାମର୍ଶ କରି ପ୍ରକଳ୍ପ ନିର୍ମାଣ କରିବାକୁ ପକ୍ଷରୁ ଦାବି ହୋଇଛି । ଏହାକୁ ପାଳନ କରାନଗଲେ ଏହି ଆନ୍ଦୋଳନକୁ ଗାଁ ଗାଁରେ ବ୍ୟାପକ କରାଯିବ ବୋଲି ଗଜପତି ଜିଲ୍ଲା ଶ୍ରୀମନ୍ଦିର ସୁରକ୍ଷା ମଞ୍ଚ ଆବାହକ ତାରିଣୀସେନ ଦାଶ ଚେତାବନୀ ଦେଇଛନ୍ତି।
Comments are closed.