www.samajalive.in
Sunday, December 7, 2025
26.1 C
Bhubaneswar

ଯୁବ ପିଢ଼ି ଏବେ ବିଜ୍ଞାନ ମୁହାଁ – ମୋଦୀ

ସମାଜ ପୋର୍ଟାଲ ଡେସ୍କ: ଆମ ଦେଶର ପିଲା ଓ ଯୁବବର୍ଗଙ୍କ ମନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ ନିରନ୍ତର ଭାବେ ବଢିଚାଲିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‍ କି ବାତ୍‍’ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିକାଲି ମହାକାଶରେ ରେକର୍ଡ଼ ସଂଖ୍ୟକ ଉପଗ୍ରହ ପ୍ରେରଣ, ନୂଆ ନୂଆ ରେକର୍ଡ଼, ନୂଆ ନୂଆ ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ମନ ଗର୍ବରେ ଭରିଦିଏ। ସେ କହିଛନ୍ତି, ଚନ୍ଦ୍ରଯାନ-୨ ସମୟରେ ଯେତେବେଳେ ମୁଁ ବେଙ୍ଗାଲୁରୁରେ ଥିଲି, ସେତେବେଳେ ପିଲାମାନଙ୍କ ଉତ୍ସାହ ଦେଖିଲା ଭଳି ଥିଲା। ସେମାନଙ୍କ ଆଖିରେ ନିଦ ନ ଥିଲା। ସେମାନେ ସାରା ରାତି ଉଜାଗର ରହିଥିଲେ। ସେଥିରେ ବିଜ୍ଞାନ କାରିଗରୀ ବିଦ୍ୟା ଓ ନବୋନ୍ମେଷକୁ ନେଇ ଯେଉଁ ଉତ୍ସୁକତା ଥିଲା ତାହା ଆମେ କେବେହେଲେ ଭୁଲିପାରିବା ନାହିଁ। ପିଲା ଏବଂ ଯୁବବର୍ଗଙ୍କ ଏହି ଉତ୍ସାହକୁ ବୃଦ୍ଧି କରିବା ପାଇଁ, ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି କରିବା ପାଇଁ ଆଉ ଗୋଟିଏ ବ୍ୟବସ୍ଥା ଆରମ୍ଭ କରାଯାଉଥିବା ସେ କହିଛନ୍ତି।

ଏବେ ଶ୍ରୀହରିକୋଟାରୁ ହେଉଥିବା ରକେଟ୍‍ ଲଞ୍ଚିଙ୍ଗ୍‍କୁ ସାମ୍ନାରେ ବସି ସମସ୍ତେ ଦେଖିପାରିବେ ବୋଲି ମୋଦୀ କହିଛନ୍ତି। ନିକଟ ଅତୀତରେ ଏହାକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରିଦିଆଯାଇଛି। ଦର୍ଶନକାରୀଙ୍କ ପାଇଁ ଗ୍ୟାଲେରୀ ନିର୍ମାଣ କରାଯାଇଛି, ଯେଉଁଥିରେ ୧୦ ହଜାର ଲୋକଙ୍କ ବସିବାର ବ୍ୟବସ୍ଥା କରାଯାଇଛି। ଇସ୍ରୋର ୱେବ୍‍ସାଇଟରେ ଦିଆଯାଇଥିବା ଲିଙ୍କ୍‍ ଜରିଆରେ ଅନ୍‍ଲାଇନ୍‍ ବୁକିଂ ମଧ୍ୟ କରିପାରିବେ। ସେ କହିଛନ୍ତି ଯେ, ଅନେକ ସ୍କୁଲ ନିଜ ଛାତ୍ରଛାତ୍ରୀଙ୍କୁ ରକେଟ୍‍ ଲଞ୍ଚିଙ୍ଗ୍‍ ଦେଖାଇବା ପାଇଁ ଏବଂ ସେମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ପରିଭ୍ରମଣରେ ମଧ୍ୟ ସେଠାକୁ ନେଇଯାଉଛନ୍ତି। ଆଗାମୀ ଦିନମାନଙ୍କରେ ଏହି ବ୍ୟବସ୍ଥାର ଲାଭ ଉଠାଇବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ସ୍କୁଲର ପ୍ରିନ୍ସିପାଲ୍‍ ଏବଂ ଶିକ୍ଷକମାନଙ୍କୁ ନିବେଦନ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories