ରୁଷ-ୟୁକ୍ରେନ ଯୁଦ୍ଧରେ ମୋଦୀ ମଧ୍ୟସ୍ଥତା କରନ୍ତୁ

ଜାତିସଂଘ ସୁରକ୍ଷା ପରିଷଦରେ ମେକ୍ସିକୋର ପ୍ରସ୍ତାବ

ଜାତିସଂଘ : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ କିପରି ବନ୍ଦ କରାଯିବ ତାକୁ ନେଇ ବିଶ୍ବ ସମୁଦାୟ ଚିନ୍ତାରେ ପଡିଛନ୍ତି। ଯୁଦ୍ଧ କିପରି ବନ୍ଦ କରାଯିବ ସେଥିପାଇଁ ଗତ ଦୁଇ ଦିନ ହେଲା ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସ୍‌ସି)ରେ ଆଲୋଚନା ଚାଲିଛି। ଯୁଦ୍ଧ ବନ୍ଦ ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭରସା କରିଛି ମେକ୍ସିକୋ। ୟୁଏନଏସ୍‌ସିରେ ମେକ୍ସିକୋ ବୈଦେଶିକ ମନ୍ତ୍ରୀ ଲୁଇସ୍‌ ଏବାର୍ଡ କାସାଉବୋନ କହିଛନ୍ତି ଯେ ଯୁଦ୍ଧ ବନ୍ଦ ଲାଗି ନରେନ୍ଦ୍ର ମୋଦୀ ମଧ୍ୟସ୍ଥତା କରିବା ଦରକାର। ମୋଦୀଙ୍କ ସହିତ ପୋପ୍‌ ଫ୍ରାନସିସ୍ ଓ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରିବା ଲାଗି ଲୁଇସ୍ ପ୍ରସ୍ତାବ ଦେଇଛନ୍ତି। ଏହି ଶାନ୍ତି କମିଟି ଯୁଦ୍ଧରେ ସମ୍ପୃକ୍ତ ଦୁଇ ଦେଶର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଯୁଦ୍ଧ ବନ୍ଦ ଦିଗରେ ପଦକ୍ଷେପ ନେବେ। ନିକଟରେ ଉଜ୍‌ବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ଏସସିଓ ବୈଠକରେ ମୋଦୀ ଯୁଦ୍ଧ ବନ୍ଦ କରିବାକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିବେଦନ କରିଥିଲେ। ମୋଦୀଙ୍କ ଏପରି ନିବେଦନକୁ ଆମେରିକା, ଫ୍ରାନ୍ସ ଓ ଇଂଲଣ୍ଡ ଆଦି ଦେଶ ସ୍ବାଗତ କରିଥିଲେ।

kalyan agarbati

Comments are closed.