ମୋଦିଙ୍କ ବିଦେଶ ଗସ୍ତ ଖର୍ଚ୍ଚ ୧୪୮୪ କୋଟି ଟଙ୍କା

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ପାଇଁ ୨୦୧୪ରୁ ଏ ପର୍ଯ୍ୟନ୍ତ କେନ୍ଦ୍ର ରାଜକୋଷରୁ ଖର୍ଚ୍ଚ ହୋଇଛି ୧,୪୮୪ କୋଟି ଟଙ୍କା। ଚାର୍ଟେଡ୍‍ ବିମାନ ଭଡ଼ା, ବିମାନ ମରାମତି ଓ ହଟ୍‍ ଲାଇନ୍‍ ସୁବିଧା ବାବଦରେ ଏହି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏ ପର୍ଯ୍ୟନ୍ତ ମୋଦି ୮୪ଟି ଦେଶ ଗସ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ ଆଜି ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି।
ତଥ୍ୟାନୁଯାୟୀ ମୋଦି ୨୦୧୫-୧୬ରେ ସର୍ବାଧିକ ୨୪ଟି ଦେଶ ପରିଭ୍ରମଣ କରିଥିବା ବେଳେ ୨୦୧୪-୧୫ରେ ୧୩ଟି, ୨୦୧୬-୧୭ରେ ୧୮ଟି ଓ ୨୦୧୭-୧୮ରେ ୧୯ଟି ଦେଶ ଗସ୍ତ କରିଛନ୍ତି। ମୋଦିଙ୍କ ଶେଷ ଗସ୍ତ ଥିଲା ଗତ ମାସରେ ଚୀନ୍‍ ଗସ୍ତ। ସେହିପରି ମୋଦିଙ୍କ ପ୍ରଥମ ଗସ୍ତ ଥିଲା ୨୦୧୪ରେ ଭୁଟ୍ଟାନ।

Leave A Reply