୨୩ରୁ ମୋଦୀଙ୍କ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୩ରୁ ୨୭ ତାରିଖ ମଧ୍ୟରେ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ କରିବେ। ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍‍ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ସମ୍ମିଳନୀ ଯୋଗ ଦେବା ପୂର୍ବରୁ ସେ ରୁଆଣ୍ଡା ଯିବେ। ଏହା ରୁଆଣ୍ଡାକୁ ଯେକୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଏହି ଅବସରରେ ଉଭୟ ରାଷ୍ଟ୍ରମଧ୍ୟରେ ପ୍ରତିରକ୍ଷା ସହଯୋଗ ସମ୍ବନ୍ଧୀୟ ରାଜିନାମା ସ୍ୱାକ୍ଷର ହେବ। ଜୁଲାଇ ୨୪-୨୫ରେ ମୋଦୀ ଉଗାଣ୍ଡାରେ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବା ସହିତ ସେଠାକାର ସଂସଦରେ ଉଦ୍‍ବୋଧନ ଦେବେ। ଗସ୍ତର ଅନ୍ତିମ ପର୍ଯ୍ୟାୟରେ ସେ ବ୍ରିକ୍‍ ସମ୍ମିଳନୀରେ ଯୋଗ ଦେବେ। ଏଥିରେ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ସମ୍ବନ୍ଧରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ସଚିବ (ଅର୍ଥନୈତିକ) ଟି. ଏସ୍‍. ତ୍ରିମୂର୍ତ୍ତି ସୂଚନା ଦେଇଛନ୍ତି।

Leave A Reply