www.samajalive.in
Tuesday, December 9, 2025
17.1 C
Bhubaneswar

ଆଜି ମା’ଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ମା’ ହୀରାବେନଙ୍କ ଆଶୀର୍ବାଦ ନେବା ଲାଗି ରବିବାର ସନ୍ଧ୍ୟାରେ ଗୁଜରାଟ ଗସ୍ତ କରିବେ। ଏହାପରେ ସୋମବାର ପୂର୍ବାହ୍ଣରେ ମୋଦୀ ବାରାଣସୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନରେ ୪ଲକ୍ଷ ୭୯ ହଜାର ଭୋଟରେ ତାଙ୍କୁ ବିଜୟୀ କରିଥିବାରୁ କାଶୀ ବାରାଣସୀ ଭୋଟରଙ୍କୁ ସେ ଧନ୍ୟବାଦ ଜଣାଇବେ ବୋଲି ମୋଦୀ ନିଜେ ଟ୍ବିଟ କରିଛନ୍ତି। ଗୁରୁବାର ମୋଦୀ ବିପୁଳ ବିଜୟ ଲାଭ କରିବା ପରେ ହୀରାବେନ ନିଜ ଘର ବାହାରେ ଗଣମାଧ୍ୟମ ସମ୍ମୁଖକୁ ଆସି ଅଭିନନ୍ଦନ ଜଣାଇଥିଲେ। ଶୁକ୍ରବାର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବିଜେପିର ବର୍ଷୀୟାନ ନେତା ଏଲ.କେ. ଆଡୱାଣୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଥିଲେ। ମୋଦୀ ମେ’ ୩୦ରେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories