www.samajalive.in
Tuesday, December 9, 2025
15.1 C
Bhubaneswar

ମୋଦୀ ଦେଶର ନେତୃତ୍ଵ ନେବା ପାଇଁ ‘ଭଗବାନ’ ସ୍ଥିର କରିଛନ୍ତି: ଶିବସେନା

ମୁମ୍ବଇ: ବିଜେପିର ଅନ୍ୟତମ ସହଯୋଗୀ ଶିବସେନା ଏହାର ମୁଖପତ୍ର ‘ସାମନା’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛି। ମୋଦୀ ଦେଶର ନେତୃତ୍ଵ ନେବା ‘ଭଗବାନ’ଙ୍କ ଯୋଜନା ବୋଲି ସାମନା’ର ସମ୍ପାଦକୀୟରେ ଦର୍ଶାଯାଇଛି। ମୋଦୀଙ୍କୁ ‘ପ୍ରମୁଖ ବିଭାଜକ’ ଦର୍ଶାଇଥିବା ଆମେରିକାର ଲୋକପ୍ରିୟ ପତ୍ରିକା ଟାଇମ ମାଗାଜିନ ୟୁ-ଟର୍ନ ନେଇଥିବା ସାମନାର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି।

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଲୋକସଭା ନିର୍ବାଚନରେ ବଡ଼ ଧରଣର ବିଜୟ ହାସଲ କରିବା ପରେ ଟାଇମ ମାଗାଜିନ ପୁଣି ଏକ ରିପୋର୍ଟ ପ୍ରକାଶ କରି ପ୍ରଶଂସା କରିଛି। ମୋଦୀ ଦେଶକୁ ଯୋଡୁଥିବା ସବୁଠୁ ବଡ଼ ନେତା ବୋଲି ଏହି ମାଗାଜିନରେ ରିପୋର୍ଟ ପ୍ରକାଶ କରାଯାଇଛି। ଭାରତର କୌଣସି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରି ଦେଶକୁ ଏକତା ସୂତ୍ରରେ ବାନ୍ଧି ନାହାନ୍ତି ବୋଲି ଏଥିରେ କୁହାଯାଇଛି।

- Advertisement -

ଏହା ପରେ ଶିବସେନାର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ କୁହାଯାଇଛି, ମୋଦୀଙ୍କୁ ‘ପ୍ରମୁଖ ବିଭାଜକ’ ଦର୍ଶାଇଥିବା ଟାଇମ ମାଗାଜିନ ୟୁ-ଟର୍ନ ନେଇଛି। ଦେଶରେ ଅନେକ ସମସ୍ୟା ରହିଛି। କିନ୍ତୁ ସେସବୁ ସମସ୍ୟାର ସଫଳତାର ସହ ସମାଧାନ କରିବା ପାଇଁ ମୋଦୀଙ୍କର ଦୃଢ଼ ବିଶ୍ଵାସ ରହିଛି। ସେ ଗତ କାଲି ପର୍ଯ୍ୟନ୍ତ ଚୌକିଦାର ଏବଂ ପ୍ରଧାନ ସେବକ ଥିଲେ। ବର୍ତ୍ତମାନ ସେ ଦେଶର ରକ୍ଷକ ଭାବେ ଦାୟିତ୍ଵ ନେବାକୁ ଯାଉଛନ୍ତି। ଦେଶକୁ ଶକ୍ତିଶାଳୀ କରିବା ଲାଗି ତାଙ୍କର ଶପଥ ଗ୍ରହଣ ‘ଭଗବାନ’ଙ୍କ ଯୋଜନା ବୋଲି ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories