www.samajalive.in
Sunday, December 7, 2025
18.1 C
Bhubaneswar

ତିନି ତଲାକକୁ ନେଇ ମୋଦୀ ସରକାର ରାଜନୀତି କରୁଛି: କଂଗ୍ରେସ

ନୂଆଦିଲ୍ଲୀ : ତିନି ତଲାକ ପ୍ରସଙ୍ଗରେ ବିରୋଧୀ ଦଳଗୁଡିକ ଭୋଟ୍‍ ବ୍ୟାଙ୍କ ରାଜନୀତି କରୁଥିବା ନେଇ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ଅଭିଯୋଗ ଆଣିବା ପରେ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି। ତିନି ତଲାକ ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ମୁସଲମାନ ମହିଳାଙ୍କୁ ନ୍ୟାୟ ପ୍ରଦାନ ପ୍ରସଙ୍ଗ ପରିବର୍ତ୍ତେ ଏକ ରାଜନୈତିକ ପ୍ରସଙ୍ଗ ବୋଲି ବିବେଚନା କରୁଥିବା କଂଗ୍ରେସ କହିଛି। ତିନି ତଲାକ ଦ୍ୱାରା ବିବାହ ବିଚ୍ଛେଦ ପରେ ପତ୍ନୀ ଓ ତାଙ୍କ ପିଲାମାନଙ୍କୁ କ୍ଷତିପୂରଣ ଦେଉ ନ ଥିବା ମୁସଲମାନ ବ୍ୟକ୍ତିଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ନେଇ ବିଲ୍‍ରେ ଏକ ବ୍ୟବସ୍ଥା କରିବା ନିମନ୍ତେ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ମୋଦୀ ସରକାର ତାହାକୁ ବିଚାରକୁ ନେଇ ନ ଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ତିନି ତଲାକ ଏକ ବେଆଇନ, ଅସାମ୍ବିଧାନିକ ଏବଂ ଅମାନବୀୟ ପ୍ରକ୍ରିୟା। ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ତିନି ତଲାକକୁ କଂଗ୍ରେସ ସର୍ବଦା ମହିଳାଙ୍କ ଅଧିକାର ଏବଂ ନ୍ୟାୟ ପ୍ରସଙ୍ଗ ବୋଲି ବିବେଚନା କରିଆସିଛି। ଏହି କାରଣରୁ କଂଗ୍ରେସ ନେତା ତଥା ଆଇନଜୀବୀ ସଲମାନ ଖୁର୍ସିଦ ଏବଂ ମନୀଶ ତିୱାରୀ ସୁପ୍ରିମକୋର୍ଟରେ ପୀଡ଼ିତ ମହିଳାଙ୍କୁ ସମର୍ଥନ କରିଆସୁଛନ୍ତି; ବାସ୍ତବରେ କିନ୍ତୁ ମୋଦୀ ସରକାର ହିଁ ମୁସଲମାନ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଚାହୁଁନାହାନ୍ତି। ଏହି କାରଣରୁ ତିନି ତଲାକ ପରେ ପତ୍ନୀଙ୍କୁ କ୍ଷତିପୂରଣ ଦେଇ ନ ଥିବା ସ୍ୱାମୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ କଂଗ୍ରେସର ପ୍ରସ୍ତାବକୁ କେନ୍ଦ୍ର ଗ୍ରହଣ କରିନାହିଁ। ଅନ୍ୟପଟେ ସ୍ୱାମୀଙ୍କୁ ଜେଲ୍‍ ହେଲେ ପତ୍ନୀ ଓ ପିଲାମାନେ କିଭଳି କ୍ଷତିପୂରଣ ପାଇବେ ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଥିଲା। ତାହାକୁ ମଧ୍ୟ ବିଚାରକୁ ନିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। କେବଳ ମିଥ୍ୟା ଶ୍ରେୟ ନେବା ଉଦ୍ଦେଶ୍ୟରେ ସରକାର ଅଧ୍ୟାଦେଶ ଆଣିଛନ୍ତି ବୋଲି ସୂର୍ଯ୍ୟେୱାଲା କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories