www.samajalive.in
Saturday, December 6, 2025
16.1 C
Bhubaneswar

ମୋଦୀ ସରକାରଙ୍କ ନୀତି ସହଯୋଗୀ ଦେଶକୁ ଲାଭ ଦେଇଛି – ଆମେରିକା

ଡେସ୍କ: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ଆମେରିକା ଭାରତକୁ ଏକ ‘ଅସାଧାରଣ ସଫଳତାର କାହାଣୀ’ ଭାବରେ ଦେଖୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅନେକ ସହଯୋଗୀ ଦେଶକୁ ଲାଭାନ୍ବିତ କରିଛି।

ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗ ଦେଇ ସଚିବ ବ୍ଲିଙ୍କେନ୍ କହିଛନ୍ତି ଯେ ଭାରତ-ଆମେରିକା ସବୁବେଳେ ଗଣତନ୍ତ୍ର ଏବଂ ମାନବିକ ଅଧିକାରର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥାନ୍ତି ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମୁତାନ ସ୍ଥରକୁ ଅଗ୍ରସର ହୋଇଛି।

ଦେଶର ମୁଦ୍ରାସ୍ଫୀତି ହାର ୪% ଲକ୍ଷ୍ୟ ଆଡକୁ ଗତି କରୁଛି – ଆରବିଆଇ ମୁଖ୍ୟ

- Advertisement -

ବ୍ଲିଙ୍କେନ୍ କହିଛନ୍ତି, ଯେତେବେଳେ ରାଷ୍ଟ୍ରପତି ବାଇଡ଼େନ କାର୍ଯ୍ୟଭାର ଗ୍ରହଣ କଲେ, ସେତେବେଳେ ସେ ନିଶ୍ଚିତ କରିବାକୁ ଚାହିଁଲେ ଯେ ଆମେ ଆମ ବୈଦେଶିକ ନୀତିରେ ସ୍ଥିର ରହିଛୁ। ଗଣତନ୍ତ୍ର ଓ ମାନବିକ ଅଧିକାର ବିଷୟରେ ଥିବା ମୌଳିକ ସମସ୍ୟା ଗୁଡିକ ବିଷୟରେ ଆମେ ଆଲୋଚନା କରିଛୁ ଓ ସମାଧାନ ବି କରିଛୁ ବୋଲି ସେ କହିଛନ୍ତି।

୬୦ ଦିନରେ ୧୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା

ସମ୍ପ୍ରତି ତାଇୱାନ ରାଷ୍ଟ୍ରପତି ନିର୍ବାଚନ ଉପରେ ବ୍ଲିଙ୍କେନ୍ ମନ୍ତବ୍ୟ ଦେଇ କହିଛନ୍ତି, ଏହା ଚୀନ୍‌କୁ କ୍ରୋଧିତ କରିଛି ଏବଂ ଦ୍ୱୀପପୁଞ୍ଜର ସ୍ଥିତି ପାଇଁ ଆମେରିକାର ସମର୍ଥନକୁ ନିଶ୍ଚିତ କରିଛି। ସେ କହିଛନ୍ତି, ଆମେ ଗଣତନ୍ତ୍ରର ଏହି ପ୍ରକ୍ରିୟା ନେଇ ସଚେତନ। ସେ କହିଛନ୍ତି, ଆମର ମୌଳିକ ଆଗ୍ରହ ହେଉଛି ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା। ବେଜିଂ ଏବଂ ତାଇୱାନ ମଧ୍ୟରେ ମତଭେଦ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହୋଇଛି ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories