www.samajalive.in
Saturday, December 6, 2025
23.1 C
Bhubaneswar

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ

କେଶଦୂରାପାଳ: ହାବଳେଶ୍ୱର ପଞ୍ଚାୟତର ଡ଼ିମିରିଆ, ଜମ୍ଭରା, ମଝିଗାଁ, ଢାଇପୋଖରୀ ଓ ହାବଳେଶ୍ୱର ଗ୍ରାମରେ ଅଯୋଧ୍ୟାରେ ୨୨ଜାନୁଆରୀରେ ହେବାକୁ ଥିବା ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଭଜନ କୀର୍ତ୍ତନ ସହ ଘର ଘର ଯାଇ ଶ୍ରୀରାମଙ୍କ ଫୋଟୋ ସହ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି। ଜିଲ୍ଲା ପଛୁଆ ବର୍ଗର କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ରମାକାନ୍ତ ନାୟକ, ତୁଷାରକାନ୍ତ ମହାପାତ୍ର, ଦୀନବନ୍ଧୁ ପ୍ରଧାନ, ଅଧର ବେହେରା ପ୍ରମୁଖ ଭଜନ କୀର୍ତ୍ତନରେ ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମର ମହିଳା ଓ ପୁରୁଷମାନେ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦର ସହ ଶଙ୍ଖ ହୁଳହୁଳିରେ ଅଯୋଧ୍ୟାରୁ ଆସିଥିବା ପବିତ୍ର ଅକ୍ଷତ ଓ ନିମନ୍ତ୍ରଣକୁ ଗ୍ରହଣ କରିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories