www.samajalive.in
Saturday, December 6, 2025
16.1 C
Bhubaneswar

ଦେଶର ମୁଦ୍ରାସ୍ଫୀତି ହାର ୪% ଲକ୍ଷ୍ୟ ଆଡକୁ ଗତି କରୁଛି – ଆରବିଆଇ ମୁଖ୍ୟ

ଡେସ୍କ: ଭାରତର ମୁଦ୍ରାସ୍ଫିତି କେନ୍ଦ୍ରୀୟ ବ୍ୟାଙ୍କର ସ୍ଥିରୀକୃତ ୪% ଲକ୍ଷ୍ୟ ହାସଲ ଆଡକୁ ଅଗ୍ରସର ହେଉଥିବା ବେଳେ ଅଭିବୃଦ୍ଧି ଆଶା ଦୃଢ଼ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶକ୍ତିକାନ୍ତ ଦାସ କହିଛନ୍ତି। ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ ସେ ଏହି ବିଷୟ ପ୍ରକାଶ କରିଛନ୍ତି।

ମୋଦୀ ସରକାରଙ୍କ ନୀତି ସହଯୋଗୀ ଦେଶକୁ ଲାଭ ଦେଇଛି – ଆମେରିକା

- Advertisement -

ଶ୍ରୀ ଦାସ କହିଛନ୍ତି, ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିଛି ଏବଂ ନିର୍ଦ୍ଧାରିତ ୨%ରୁ ୬% ମଧ୍ୟରେ ରହିଛି। ଜାତୀୟ ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ତଥା ସୁବିଧା ଉପଲବ୍ଧ କରୁଥିବା ଇନଭେଷ୍ଟ ଇଣ୍ଡିଆ ଦ୍ୱାରା ଆୟୋଜିତ ବୈଠକରେ ସେ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୂଳ ମୁଦ୍ରାସ୍ଫୀତି କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି ଏବଂ ମୁଦ୍ରା ନୀତି ସଠିକ ଭାବେ କାର୍ଯ୍ୟ କରୁଛି। ମୁଦ୍ରାସ୍ଫୀତିକୁ ୪% ଧାର୍ଯ୍ୟ ଲକ୍ଷ୍ୟକୁ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

୬୦ ଦିନରେ ୧୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା

ଡିସେମ୍ବରରେ ଚାରି ମାସ ମଧ୍ୟରେ ବାର୍ଷିକ ଖୁଚୁରା ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ଯାହା ଫଳରେ ନଭେମ୍ବର ମାସରେ ଏହା ୩.୮%ରୁ ୩.୮୯%କୁ ଖସି ଆସିଥିଲା।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories