www.samajalive.in
Saturday, December 6, 2025
23.1 C
Bhubaneswar

ଜଗନ୍ନାଥ ମନ୍ଦିରରେ କଳସ ପରିକ୍ରମା ପ୍ରକଳ୍ପ

କଲ୍ୟାଣସିଂହପୁର : ପୁରୀ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଅବସରରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଜଗନ୍ନାଥ ମନ୍ଦିରରେ କଳସ ପରିକ୍ରମା ପ୍ରକଳ୍ପ କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଜଗନ୍ନାଥ ମନ୍ଦିରକୁ ରଙ୍ଗବେରଙ୍ଗର ଆଲୋକ ସଜା ସହିତ ବିଭିନ୍ନ ଫୁଲ ମାଳରେ ମନ୍ଦିରକୁ ସୁସଜ୍ଜିତ କରାଯାଇଥିଲା ଓ ବଡପରଦାରେ ପୁରୀ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ପୂଜକଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ କଳସକୁ ମନ୍ଦିର ପରିକ୍ରମା କରାଯାଇଛି ।ମନ୍ଦିର ପକ୍ଷରୁ ଭଜନ ପରିବେଷଣ କରାଯାଇଛି । ଶେଷରେ ପ୍ରଶାସନ ପକ୍ଷରୁ ପ୍ରାୟ ଏକ ହଜାର ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏଥିରେ ବିଡ଼ିଓ ରାଜୀବ ଦାସ ,ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ,ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ , ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ,ସମିତି ସଭ୍ୟା କୁନାକା ପଦ୍ମା ସମେତ ଗ୍ରାମର ଜଗନ୍ନାଥ ପ୍ରେମୀ ମହିଳା ପୁରୁଷ ଉପସ୍ଥିତ ରହିଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories