www.samajalive.in
Sunday, December 7, 2025
16.1 C
Bhubaneswar

କଏଦୀଙ୍କୁ ମୋବାଇଲ ଦେଲେ ଫସିବେ କର୍ମଚାରୀ

କଟକ: ଚୌଦ୍ବାର ଜେଲରୁ ଭିଡିଓ କଲ୍‌ ଜରିଆରେ କଟକର ଜଣେ ବ୍ୟବସାୟୀଙ୍କୁ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିବା ଘଟଣା ଏବେ ଜେଲର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସଦ୍ୟ ଏହି ଘଟଣା ପଦାକୁ ଆସିବା ପରେ ଜେଲର ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ ଲାଗି ବିଭାଗ ଚିନ୍ତିତ ହୋଇପଡିଛି। ଏହାକୁ ରୋକିବାକୁ ଜେଲ ବିଭାଗ ପକ୍ଷରୁ ମୋବାଇଲ ଲୋକେଟର ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି କାରାଗାର କର୍ତ୍ତୃପକ୍ଷ। ଏହି ବ୍ୟବସ୍ଥା କାର୍ୟ୍ୟକାରୀ ହେଲେ କେବଳ ଅପରାଧୀମାନେ ଜେଲ୍‌ ଭିତରୁ ଅପରାଧ ଚଳାଇବା ବନ୍ଦ ହେବନି; ବରଂ ଜେଲର କିଛି ତଳିଆ କର୍ମଚାରୀ ଅର୍ଥଲୋଭରେ ସେମାନଙ୍କୁ କରୁଥିବା ସହାୟତା ମଧ୍ୟ ଧରାପଡିବ। କଏଦୀଙ୍କୁ ମୋବାଇଲ ଦେଲେ କର୍ମଚାରୀ ଫସିବେ। ନିଜ ମୋବାଇଲ ଦେଇଥିବା କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ମଧ୍ୟ କଠୋର ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନିଆଯିବ।

ଚୌଦ୍ବାର, ବ୍ରହ୍ମପୁର, ବାଲେଶ୍ବର, ଝାରପଡା ଭଳି ମଣ୍ଡଳ କାରାଗାରରେ ବହୁ ଦୁର୍ଦାନ୍ତ ଅପରାଧୀ ଓ ଗ୍ୟାଙ୍ଗଷ୍ଟର ରହିଥାନ୍ତି। ସେମାନେ ଜେଲରେ ରହିଲେ ମଧ୍ୟ ବାହାରେ ନିଜର ପତିଆରା ଜାହିର କରିବା ଲାଗି ସର୍ବଦା ସୁଯୋଗ ଅପେକ୍ଷାରେ ରହିଥାନ୍ତି ଏବଂ ଜେଲରେ ମଧ୍ୟ ଅନ୍ୟ ବନ୍ଦୀମାନଙ୍କ ଉପରେ ନିଜର ଦବ୍‌ଦବା ରଖିଥାନ୍ତି। ସେମାନେ ସେଠାରେ ଜେଲ କର୍ମଚାରୀଙ୍କୁ ହାତ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ହାତେଇଥାନ୍ତି। କାରାଗାରରୁ ଅପରାଧ ଯୋଜନା ପ୍ରସ୍ତୁତି ହେଉଥିବା ସ୍ବଷ୍ଟ ଜଣାପଡିବା ପରେ ଏବେ ଜେଲ ବିଭାଗ ପାଇଁ ଏହା ଚିନ୍ତାର କାରଣ ପାଲଟିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ପ୍ରମୁଖ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଜେଲରେ ମୋବାଇଲ ଲୋକେଟର ରହିବ। ଯଦି କୌଣସି ବନ୍ଦୀ ବା କଏଦୀ ଲୁଚାଇ ମୋବାଇଲ ଫୋନ୍‌ ବ୍ୟବହାର କରୁଥାଏ ତେବେ ଖୁବ୍‌ ସହଜରେ ଧରାପଡ଼ିବେ।

- Advertisement -

ଜେଲ କର୍ମଚାରୀମାନେ ଯଦି ସେମାନଙ୍କ କଥାରେ ପ୍ରଲୋଭିତ ହୋଇ ନିଜ ମୋବାଇଲ ଫୋନ୍ ଦେବେ ତେବେ ଏହି ଲୋକେଟର ଜରିଆରେ ସେମାନେ ଧରାପଡିବେ। କାରଣ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପ୍ରସ୍ତୁତ ଏହି ଡିଭାଇସ୍‌ ମୋବାଇଲ ନେଟୱର୍କ ସହ ସଂଯୋଗ ରହିବ। ଜେଲ ଅଧିକାରୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହାର ପରିଚାଳନା କରିବେ। ପୂର୍ବରୁ ଜେଲରେ ଜାମର ବ୍ୟବସ୍ଥା ରହିଥିଲା ତାହା ପୁଣି ୨ଜି ନେଟୱର୍କ କ୍ଷମତା ସମ୍ପନ୍ନ ଥିଲା। ତେବେ ୪-ଜି ଜାମର ଲଗାଗଲେ ଏହା ଅଧିକ ଫଳପ୍ରଦ ହୋଇପାରିବ; ମାତ୍ର ଏହି ଜାମର ଦ୍ବାରା ନିକଟସ୍ଥ ଅଞ୍ଚଳର ଜନସାଧାରଣ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ କୋର୍ଟଙ୍କ ପକ୍ଷରୁ ଏହା ଉପରେ କଟକଣା ଲଗାଯାଇଛି। ମୋବାଇଲ ଲୋକେଟର ବ୍ୟବସ୍ଥା କାର୍ୟ୍ୟକାରୀ ହେବା ପରେ ଜେଲରେ ସ୍ବଚ୍ଛତାରେ ଆଶାନୁରୂପ ପରିବର୍ତ୍ତନ ଆସିପାରିବ ବୋଲି ଜେଲ ବିଭାଗ ସ୍ବତନ୍ତ୍ର ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ଏଥିସହ ଅନେକ ସମୟରେ ଜେଲରେ କଏଦୀମାନଙ୍କୁ ଆକ୍ରମଣ ହୋଇଥାଏ। ପ୍ରାୟତଃ ପୁଲିସ ଥାର୍ଡ ଡିଗ୍ରୀରେ କେତେକ ଅଭିଯୁକ୍ତ ଆହତ ହୋଇଥାନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories