www.samajalive.in
Sunday, December 7, 2025
26.1 C
Bhubaneswar

ଦେବଦୂତ ସାଜିଲା ‘ଓଡ଼ିଶା-ମୋପରିବାର‘: ନୂଆ ଜୀବନ ପାଇଲେ ପ୍ରଫୁଲ୍ଲ

ଭୁବନେଶ୍ୱର: କଥାରେ ଅଛି ‘ରଖେ ହରି ମାରେ କିଏ?’। ୫୭ବର୍ଷ ବୟସ୍କ ଗରିବ ଦିନ ମଜୁରିଆ ପ୍ରଫୁଲ୍ଲ ମଲ୍ଲିଙ୍କ କ୍ଷେତ୍ରରେ ଏହି ଉକ୍ତିର ସତ୍ୟତା ପ୍ରମାଣିତ ହୋଇଛି। ଗୁରୁତର ଅସୁସ୍ଥ ପ୍ରଫୁଲ୍ଲଙ୍କ ଚିକିତ୍ସା ପାଇଁ କଟକ ବଡ଼ମେଡ଼ିକାଲ କଲେଜ ହାତ ଟେକି ଦେଇଥିଲେ। ଚିକିତ୍ସା ପାଇଁ ପରିବାର ଲୋକଙ୍କ ହାତରେ କଉଡିଟିଏ ବି ନ ଥିଲା। ମାତ୍ର ଓଡ଼ିଶା-ମୋ ପରିବାରର ସହଯୋଗରେ ଉନ୍ନତ ମାନର ଚିକିତ୍ସାପାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରଫୁଲ୍ଲ।

ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଅଂଚଳର ପ୍ରଫୁଲ୍ଲ ମଲ୍ଲିକ ଅତ୍ୟନ୍ତ ଗରିବ ଶ୍ରେଣୀର। ମୂଲ ଲାଗିଲେ ପରିବାର ପେଟକୁ ଦାନା ଆସେ।ଉଚ୍ଚମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ ଚିକିତ୍ସାକରି ଔଷଧ ଖାଇବା ପାଇଁ ତାଙ୍କର ସାମର୍ଥ୍ୟ ନ ଥିଲା। ତେବେ ଗତ ନଭେମ୍ବର ୨୭ତାରିଖରେ ହଠାତ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ପରୀକ୍ଷାରୁ ତାଙ୍କର ହାର୍ଟ, କିଡନୀ ପ୍ରଭାବିତ ହୋଇଥିବା ଜଣାପଡ଼ିଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦେଇଥିଲେ। ମାତ୍ର ସେଠି ବି ସମାନ ଦଶା ଭୋଗିବାକୁ ପଡ଼ିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏସସିବି ଡାକ୍ତରମାନେ ମଧ୍ୟ ତାଙ୍କୁ ଫେରାଇ ଦେଇଥିଲେ। ତେବେ ସଙ୍କଟାପନ୍ନ ପ୍ରଫୁଲ୍ଲଙ୍କୁ ବଂଚାଇବାର ଶେଷ ଆଶା ଛାଡ଼ି ନ ଥିଲେ ତାଙ୍କ ପରିବାରଲୋକେ। ହାତ ଉଧାର କରି ଅର୍ଥ ଯୋଗାଡ଼ କରିବାକୁ ସାହାସ ବାନ୍ଧି ନଭେମ୍ବର ୨୮ତାରିଖରେ ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିମ୍ସ ଡାକ୍ତର ମାନେ ତାଙ୍କୁ ତ୍ୱରିତ ଉନ୍ନତମାନର ଚିକିତ୍ସାସେବା ଦେବାରୁ ବଂଚିବାର ଆଶା ଉଜ୍ଜୀବି ହୋଇଥିଲା। ତେବେ ସେଥିାପାଇଁ ପଇସାର ଆବଶ୍ୟକତା ଥିଲା। ଅସହାୟ ଅବସ୍ଥାରେ ଓଡ଼ିଶା-ମୋପରିବାର ପ୍ରଫୁଲ୍ଲଙ୍କ ପରିବାରକୁ ସହଯୋଗର ହତ ବଢାଇଥିଲା। ଆଉ ଦୁସ୍ଥ ପ୍ରଫୁଲ୍ଲଙ୍କ ଅବସ୍ଥା ସମ୍ପର୍କରେ ଅବଗତ ହେଲାପରେ କାଳବିଳମ୍ବ ନ କରି ‘ଓଡ଼ିଶା-ମୋପରିବାର’ ଟିମ୍ ତାଙ୍କ ଜୀବନ ରକ୍ଷା ପାଇଁ ଆଗକୁ ଆସିଥିଲେ। ପ୍ରଫୁଲ୍ଲଙ୍କୁ ତୁରନ୍ତ ସହାୟତା ଦେବାକୁ ‘ଓଡ଼ିଶା- ମୋପରିବାର‘ ପକ୍ଷରୁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଥିଲା। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରୁ ଆର୍ଥିକ ସହାୟତା ଭାବେ ତାଙ୍କୁ ୧ଲକ୍ଷ ୩୦ହଜାର ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରଯାଇଥିଲା। ଫଳରେ ତାଙ୍କ ଚିକିତ୍ସା ଭଲରେ ହୋଇଥିଲା। ଇତି ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରଫୁଲ୍ଲ ।ମରଣ ମୁହଁରୁ ଫେରିଥିବା ଗରିବ ପ୍ରଫୁଲ୍ଲଙ୍କ ପରିବାର ମୁହଁରେ ଏବେ ହସ ଫୁଟିଛି। ‘ଓଡ଼ିଶା-ମୋପରିବାର‘ର ଏହି ଅମୂଲ୍ୟ ସହୋଗପାଇଁ ସ୍ଥାନୀୟ ଅଂଚଳବାସୀ କୃତଜ୍ଞତା ଜଣାଇଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories