www.samajalive.in
Monday, December 15, 2025
14.1 C
Bhubaneswar

ବିହାରରେ ନିଜ ଦଳର ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ବିଧାୟକ, ଅଧିକାରୀଙ୍କ ବଦଳିରୁ ବିଜେପି ମନ୍ତ୍ରୀଙ୍କ ଆୟ ୧୦୦କୋଟି

ପାଟନା: ବିହାରର ମିଳିତ ମନ୍ତ୍ରିମଣ୍ଡଳରେ ଥିବା ବିଜେପି ମନ୍ତ୍ରୀମାନେ ସରକାରୀ ଅଧିକାରୀଙ୍କ ବଦଳି ମାଧ୍ୟମରେ ୧୦୦କୋଟି ଟଙ୍କା ରୋଜଗାର କରିଛନ୍ତି। ଜୁନ୍‌ ୨୩ରୁ ୩୦ ପର୍ଯ୍ୟନ୍ତ ମାତ୍ର ଗୋଟିଏ ସପ୍ତାହରେ ପ୍ରାୟ ୨୦୦୦ ଅଧିକାରୀଙ୍କର ବଦଳି ତଥା ନିଯୁକ୍ତି ହୋଇଛି ଓ ଏ ବାବଦରେ ସମ୍ପୃକ୍ତ ବିଭାଗର ମନ୍ତ୍ରୀମାନେ ବିପୁଳ ଆୟ କରିଛନ୍ତି। ଏପରି ‘ବଦଳି ମହାଦୁର୍ନୀତି’ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ଖୋଦ୍‌ ବିଜେପିର ଜଣେ ବିଧାୟକ। ଗୁରୁବାର ସମାଜ କଲ୍ୟାଣ ବିଭାଗ ଦାୟିତ୍ବରେ ଥିବା ନୀତୀଶଙ୍କ ଦଳ ଜେଡି(ୟୁ)ର ମନ୍ତ୍ରୀ ମଦନ ସାହାଣୀ ନିଜ ବିଭାଗର ପ୍ରମୁଖ ସଚିବ ଅତୁଲ ପ୍ରସାଦଙ୍କ ସ୍ବେଚ୍ଛାଚାରିତା ବିରୋଧରେ ଅଭିଯୋଗ ଆଣିଥିଲେ। ସେ କୌଣସି କର୍ମଚାରୀଙ୍କ ବଦଳି ପ୍ରସଙ୍ଗରେ ତାଙ୍କ କଥା ଶୁଣୁ ନ ଥିବା ସାହାଣୀ ଅଭିଯୋଗ କରିବା ସହ ଇସ୍ତଫା ଧମକ ଦେଇଥିଲେ। ଜେଡି(ୟୁ) ମନ୍ତ୍ରୀ ସାହାଣୀ କର୍ମଚାରୀଙ୍କ ବଦଳି କରିବାରେ ବିଫଳ ହେଉଥିବା ବେଳେ ବିଜେପିର ମନ୍ତ୍ରୀମାନେ ବେଶ୍‌ ସଫଳତା​‌ ହାସଲ କରିଥିବା କୁହାଯାଉଛି। ଜୁନ୍‌ ଶେଷ ସପ୍ତାହ ଥିଲା କର୍ମଚାରୀଙ୍କ ବଦଳି ଋତୁର ଶେଷ ଅବଧି।

ଏହି ସମୟରେ ୨୦୦୦ରୁ ଅଧିକ ବ୍ଲକ ଉନ୍ନୟନ ଅଧିକାରୀଙ୍କଠାରୁ ଯନ୍ତ୍ରୀ, ସମାଜ କଲ୍ୟାଣ ଅଧିକାରୀ, ରାଜସ୍ବ ଅଧିକାରୀ ଆଦିଙ୍କର ଆଖିବୁଜା ବଦଳି ହୋଇଛି। ପ୍ରଶାସନରେ ନୀତୀଶଙ୍କ ଦଳ ଅପେକ୍ଷା ବିଜେପିର ପ୍ରଭାବ ଅଧିକ ଥିବା ଏହାଦ୍ବାରା ସ୍ପଷ୍ଟ ହୋଇଛି। ଏହା ସତ୍ତ୍ବେ ବିଜେପି ବିଧାୟକ ଜ୍ଞାନେନ୍ଦ୍ର ସିଂହ ଜ୍ଞାନୁଙ୍କ ଅଭିଯୋଗ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। କିଛି ଜେଡି(ୟୁ) ନେତା ମଧ୍ୟ ଏଥିରୁ ଫାଇଦା ଉଠାଇଛନ୍ତି। ସାମ୍ପ୍ରତିକ ବଦଳି ଓ ନିଯୁକ୍ତିରେ ବ୍ୟାପକ ବେଆଇନ କାର୍ଯ୍ୟ ଓ ପ୍ରବଳ ଦୁର୍ନୀତି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହା ଉପରେ ରୋକ୍‌ ଲଗାଇବାକୁ ଜ୍ଞାନେନ୍ଦ୍ର ଦାବି କରିଛନ୍ତି। ଗୋଟିଏ ଗୋଟିଏ ବଦଳି ପାଇଁ ୪ଲକ୍ଷରୁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର ହୋଇଥିବା ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।

- Advertisement -

ବିଜେପି ବିଧାୟକ ହରିଭୂଷଣ ଠାକୁର ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ବଦଳି ପାଇଁ କେବଳ ଟଙ୍କା ହିଁ ମାପକାଠି ଥିଲା ଓ ଏଥିରେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଭଲ ରୋଜଗାର କରିଥିବା ସେ କହିଛନ୍ତି। ବିରୋଧୀ ଦଳ ଆରଜେଡି ଏହି ଅଭିଯୋଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବର ଉଠାଇଛି। ସରକାର ଏହାକୁ ଭଲ ବ୍ୟବସାୟରେ ପରିଣତ କରିଥିବା କହିଛନ୍ତି ଆରଜେଡି ବିଧାୟକ ଭାଇ ବୀରେନ୍ଦ୍ର। ମଜାର ବିଷୟ ହେଉଛି, ଏପରି ହୋହଲ୍ଲା ଆରମ୍ଭ ହେବା କ୍ଷଣି ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବଦଳି ଆଦେଶକୁ ୨୪ ଘଣ୍ଟା ମଧ୍ୟରେ ଅଟକାଇ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଭି.ଏସ୍‌ ଦୁବେଙ୍କ କହିବାନୁସାରେ ଅଧିକାରୀଙ୍କ ବଦଳି କ୍ଷେତ୍ରରେ ବିଧାୟକମା​‌େ​‌ନ ପ୍ରଭାବ ପକାଇଥାଆନ୍ତି। ଏହା ସ୍ବାଭାବିକ କଥା। ପୂର୍ବରୁ ଏହା ଚର୍ଚ୍ଚାକୁ ଆସୁ ନ ଥିଲା। ୧୯୮୨ଠାରୁ ବିଭାଗୀୟ ମୁଖ୍ୟମାନେ ଏଥିରେ ହସ୍ତକ୍ଷେପ କରିବାଦ୍ବାରା ବିବାଦ ସୃଷ୍ଟି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories