www.samajalive.in
Monday, December 15, 2025
16.1 C
Bhubaneswar

ନାବାର୍ଡ ପକ୍ଷରୁ ୩୮୮କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ରାଜ୍ୟରେ ପାନୀୟଜଳ ଓ ସଡ଼କ ପ୍ରକଳ୍ପ ପାଇଁ ନାବାର୍ଡ ୩୮୮ କୋଟି ଟଙ୍କା ମଞ୍ଜୁର କରିଛି। ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯାଇଥିବା ନାବାର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମଞ୍ଜୁର ଅର୍ଥରେ ଚାରିଟି ବୃହତ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ କରାଯିବ। କୋରାପୁଟ ଜିଲାର ବୈପାରୀଗୁଡ଼ା ବ୍ଲକ, ବାଲେଶ୍ୱରର ନୀଳଗିରି ବ୍ଲକ ଏବଂ ମାଲକାନଗିରିର ମାଲକାନଗିରି ଓ କାଲିମେଳା ବ୍ଲକରେ ଏହା କାର୍ଯ୍ୟକ୍ଷମ ହେବ। ଏହାବ୍ୟତୀତ ମଞ୍ଜୁର ଅର୍ଥରେ ରାଜ୍ୟର ୧୫ଟି ଜିଲାର ୨୦ଟି ଗ୍ରାମ୍ୟ ସଡ଼କ ନିର୍ମାଣ ଓ ଉନ୍ନତିକରଣ କରାଯିବ। ପାନୀୟଜଳ ଯୋଗାଣ ପ୍ରକଳ୍ପରୁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ।

ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରତି ଘରକୁ ସଂଯୋଗ ଦିଆଯାଇ ଦୈନିକ ୮ ଘଣ୍ଟା ପାନୀୟଜଳ ଦିଆଯିବ। ପ୍ରାୟ ୪୬୭ ଗ୍ରାମର ୨ଲକ୍ଷ ୫୭ ହଜାର ବ୍ୟକ୍ତି ଏହାଦ୍ୱାରା ଉପକୃତ ହେବେ। ସେହିପରି ସଡ଼କ ପ୍ରକଳ୍ପର ଉନ୍ନତିକରଣ ଦ୍ୱାରା ୧୬୨ଟି ଗ୍ରାମର ୧ଲକ୍ଷ ୫୨ ହଜାର ବ୍ୟକ୍ତିଙ୍କ ଜୀବିକାନିର୍ବାହ ପନ୍ଥାରେ ଉନ୍ନତି ଆସିପାରିବ। ଚଳିତବର୍ଷ ପାଇଁ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠିରୁ ୬୯୧ କୋଟି ଟଙ୍କା ପ୍ରଦାନ କରାଯିବାକୁ ଥିବା ବେଳେ ନାବାର୍ଡ ସହାୟତା ବାବଦରେ ଆରମ୍ଭରୁ ପ୍ରାୟ ୨୮୭୩୨ କୋଟି ଟଙ୍କା ଦିଆଯାଇଥିବା ଏହି ସୂତ୍ରରୁ ଜଣାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories