ଅଭିନେତା ମିଥୁନ୍‍ ଚକ୍ରବର୍ତ୍ତୀଙ୍କ ପୁଅ ନାମରେ ବଳାତ୍କାର ଏବଂ ପ୍ରତାରଣା ଅଭିଯୋଗ

0

କଲକାତା : ବଲିଉଡ଼ ଅଭିନେତା ମିଥୁନ୍‍ ଚକ୍ରବର୍ତ୍ତୀଙ୍କ ପୁଅ ମାହାକ୍ଷା ଚକ୍ରବର୍ତ୍ତୀ ଏବଂ ପତ୍ନୀ ୟୋଗୀତାଙ୍କ ବିରୋଧରେ ବଳାତ୍କାର, ପ୍ରତାରଣା ନେଇ ମାମଲା ରୁଜୁ କରିବାକୁ ପଶ୍ଚିମବଙ୍ଗର ଆରୋହିଣୀ କୋର୍ଟ ସୋମବାର ନିର୍ଦେଶ ଦେଇଛନ୍ତି । ଜଣେ ଆବେଦନକାରିଣୀର ଅଭିଯୋଗକୁ ଭିତ୍ତି କରି କୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଅଭିଯୋଗକାରିଣୀ ଦର୍ଶାଇଛନ୍ତି ଯେ ୨୦୧୫ ଅପ୍ରେଲ ମାସରେ ସେ ମିଥୁନ୍‍ ଚକ୍ରବର୍ତ୍ତୀଙ୍କ ପୁଅ ମାହାକ୍ଷାଙ୍କ ସଂସ୍ପର୍ଶରେ ଆସିଥିଲେ। ଫୋନ୍‍ ଚାଟ ଏବଂ କଲ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କ ଗଢି ଉଠିଥିଲା। ଦିନେ ମାହାକ୍ଷା ତାଙ୍କୁ କଲ କରି ନିଜ ଫ୍ଲାଟକୁ ଡାକିଥିଲେ। ସେଠାରେ ପାନୀୟରେ ନିଶା ମିଶାଇ ମାହାକ୍ଷା ତାଙ୍କୁ ବଳାତ୍କାର କରିଥିଲା। ଏହାପରେ ବିବାହର ପ୍ରଲୋଭନ ଦେଖାଇ ୪ ବର୍ଷ ଧରି ମାହାକ୍ଷା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଏପରିକି ସେ ଗର୍ଭବତୀ ହେବା ପରେ ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରିଦେଇଥିଲେ। ଏହାପରେ ମିଥୁନଙ୍କ ପତ୍ନୀ ୟୋଗୀତା ତାଙ୍କୁ କଲ କରି ଧମକ ଦେଇଥିଲେ ଓ ତାଙ୍କ ବୋହୂ ବେହାର ସ୍ୱପ୍ନ ନଦେଖିବାକୁ କହିଥିଲେ। ଏବେ ଅଦାଲତ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି। ଆଇପିସି ଧାରା ୯୦, ୩୭୫, ୧୧୪(କ), ୪୧୫, ୨୫ରେ ମାମଲା ରୁଜୁ କରିବାକୁ କୁହାଯାଇଛି। ଉଲ୍ଲେଖ ଯେ ମାହାକ୍ଷାଙ୍କ ବିବାହ ଠିକ୍‍ ହୋଇଛି। ଜୁଲାଇ ୭ରେ ମାକ୍ଷାଙ୍କ ବିବାହ ହେବାର ଅଛି।

kalyan agarbati
Leave A Reply