www.samajalive.in
Monday, December 15, 2025
17.1 C
Bhubaneswar

ମହାରାଷ୍ଟ୍ରରେ ଟିକଶ ମୁକ୍ତ ହେଲା ଅକ୍ଷୟଙ୍କ ‘ମିଶନ ମଙ୍ଗଳ’

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଶନ ମଙ୍ଗଳ’ ବକ୍ସ ଅଫିସରେ ଜବରଦସ୍ତ ଆୟ ଜାରି ରଖିଛି। ଖୁବ୍‌ଶୀଘ୍ର ଏହା ୨୦୧୯ର ଚତୁର୍ଥ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ହେବାକୁ ଯାଉଛି। ମୁକ୍ତିଲାଭ କରିବାର ୧୩ଦିନ ପରେ ମିଶନ ମଙ୍ଗଳ ପାଇଁ  ଆଉ ଏକ ଖୁସି ଖବର ଆସିଛି। ସୂଚନା ଅନୁସାରେ, ମହାରାଷ୍ଟ୍ରରେ ‘ମିଶନ ମଙ୍ଗଳ’ ଚଳଚ୍ଚିତ୍ରକୁ ଟିକଶ ମୁକ୍ତ(ଟ୍ୟାକ୍ସ ଫ୍ରି) କରାଯାଇଛି। ‘ମିଶନ ମଙ୍ଗଳ’ ୧୪ ଦିନରେ ୧୭୪ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି।

ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟର ଜରିଆରେ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। କମ୍ ସମୟ ମଧ୍ୟରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ତାଲିକାରେ ‘ମିଶନ ମଙ୍ଗଳ’ ଚତୁର୍ଥ ସ୍ଥାନ ଅଧିକାର କରିବାକୁ ଆଉ ମାତ୍ର କିଛି ପାଦ ଦୂରରେ ଅଛି। ଏହା ଉପରେ କ୍ରମାଗତ ଭାବେ କବୀର ସିଂହ, ଉରୀ, ଭାରତ ଏବଂ କେସରୀ ରହିଛି।

- Advertisement -

ଜଗନ ଶକ୍ତିଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ବିଦ୍ୟା ବାଲନ, ତାପସୀ ପନ୍ନୁ, କୀର୍ତ୍ତି କୁହ୍ଲାରୀ, ସୋନାକ୍ଷୀ ସିହ୍ନା, ନିତ୍ୟା ମେନନ ଏବଂ ଶରମନ ଜୋଶୀ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories