www.samajalive.in
Sunday, December 14, 2025
26.1 C
Bhubaneswar

କାଶ୍ମୀର ଉପତ୍ୟକାରେ ଜୀବନଯାତ୍ରା ସ୍ୱାଭାବିକ ହେଉଛି : ରାଜ୍ୟପାଳ

ଶ୍ରୀନଗର : କାଶ୍ମୀର ଉପତ୍ୟକାରେ ଜୀବନଯାତ୍ରା ସ୍ୱାଭାବିକ ହେଉଛି ବୋଲି ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି। ବୁଧବାର ସନ୍ଧ୍ୟାରେ ଶ୍ରୀନଗରଠାରେ ଶ୍ରୀ ମଲ୍ଲିକ ସାମ୍ବାଦିକମାନଙ୍କୁ କହିଛନ୍ତି, ପ୍ରତ୍ୟେକ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଏବଂ ଜଣେ କେହି ବ୍ୟକ୍ତିଙ୍କର ମୃତ୍ୟୁ ଘଟୁ ବୋଲି ସରକାର ଚାହାନ୍ତି ନାହିଁ। ସେ କହିଛନ୍ତି, ଏପର୍ଯ୍ୟନ୍ତ କୌଣସି ନାଗରିକଙ୍କର ମୃତ୍ୟୁ ଘଟିନାହିଁ। ରାଜ୍ୟରେ ନିର୍ବାଚନ ଓ ଗତିଶୀଳ ସରକାର ସ୍ଥାପନ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି, କାଶ୍ମୀର ହାଣ୍ଡୱାରା ଓ କୁପୁୱାଡା
ଜିଲ୍ଲାରେ ମୋବାଲ୍‍ ଫୋନ୍‍ ସଂଯୋଗ ସ୍ଥାପନ କରାଯାଉଛି ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ଧୀରେ ଧୀରେ ମୋବାଇଲ୍‍ ଫୋନ୍‍ କାର୍ଯ୍ୟକ୍ଷମ ହେବ। ରାଜ୍ୟରେ ବର୍ତ୍ତମାନ ନିଯୁକ୍ତି ପ୍ରକ୍ରିୟା ଚାଲିଛି ଏବଂ ଆହୁରି ୫୦ଟି ସ୍ନାତ୍ତକ ମହାବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ କାଶ୍ମୀର ଉପତ୍ୟକାର ୮୧ଟି ଥାନା ଅଞ୍ଚଳରେ ଆଜି ଦିନ ବେଳା କଟକଣାକୁ କୋହଳ କରାଯାଇଥିଲା। ଆସନ୍ତାକାଲି ଆଉ ଅଧିକ ୧୦ଟି ଥାନା ଅଞ୍ଚଳରେ କଟକଣା କୋହଳ କରାଯିବ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି। କଟକଣା କୋହଳ କରାଯାଇଥିବା ଅଞ୍ଚଳରେ ଲ୍ୟାଣ୍ଡଲାଇନ୍‍ ଫୋନ୍‍ କାର୍ଯ୍ୟକ୍ଷମ ହୋଇଛି ଏବଂ ଅନନ୍ତନାଗ, ବାରମୂଳା, ବୁଧଗାଓଁ ଓ କୁପୁୱାଡା ଜିଲ୍ଲାରେ ଆହୁରି ୧୫ଟି ଟେଲିଫୋନ୍‍ ଏକ୍ସଚେଞ୍ଜକୁ କାର୍ଯ୍ୟକ୍ଷମ କରାଯାଇଛି। ୧୪୪ ଧାରା ପ୍ରତ୍ୟାହାର କରିନିଆଯାଇଥିବା
ଅଞ୍ଚଳଗୁଡ଼ିକରେ ଆଜି ପୁଣି ହାଇସ୍କୁଲ୍‍ଗୁଡ଼ିକ ଖୋଲା ଥିବାର ସୂଚନା ମିଳିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories