www.samajalive.in
Sunday, December 14, 2025
23.1 C
Bhubaneswar

ଟାଟା ଷ୍ଟିଲ ମିଡ଼ିଆ କପ୍ ଫୁଟବଲ,ବ୍ୟାସନଗର ଏକାଦଶକୁ ହରାଇ ସୁକିନ୍ଦା ଏକାଦଶ ଚମ୍ପିଆନ

କଳିଙ୍ଗନଗର: ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲଟ୍-୨ ସ୍ପୋଟ୍ସ କମ୍ପେ୍ଲକ୍ସ ପଡ଼ିଆରେ ବୁଧବାର ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ମିଡ଼ିଆ କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁକିନ୍ଦା ମିଡ଼ିଆ ଏକାଦଶ ଫାଇନାଲ୍ ମ୍ୟାଚରେ ବ୍ୟାସନଗର ମିଡ଼ିଆ ଏକାଦଶକୁ ୪-୦ଗୋଲ୍ରେ ହରାଇ ଟାଟା ଷ୍ଟିଲ ମିଡ଼ିଆ ଫୁଟବଲ କପ୍ର ପ୍ରଥମ ସଂସ୍କରଣର ଚମ୍ପିଆନ ହୋଇଛି। ।ଟାଟା ଷ୍ଟିଲ କଳିଙ୍ଗନଗର ଅପରେସନ୍ସ ବିଭାଗ ଭାଇସ ପେସିଡେଣ୍ଟ ଶ୍ରୀ ରାଜୀବ କୁମାର ଉକ୍ତ ଟୁର୍ଣ୍ଣାମେଣ୍ଟକୁ  ଉଦଘାଟନ କରିଥିଲେ। ଏହି ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର କର୍ପୋରେଟ୍ ସେବା ବିଭାଗ ମହା ପ୍ରବନ୍ଧକ ଶ୍ରୀ ଆର ଆର ଶତପଥୀ, ଟାଟାଷ୍ଟକଳିଙ୍ଗନଗର ଅପରେସନ୍ସ ବିଭାଗ ମହାପ୍ରବନ୍ଧକ ଶ୍ରୀ ଚୈତନ୍ୟ ଭାନୁ ଓ ଟାଟା ଷ୍ଟିଲ ଏଫ୍ଏଏମ୍ଡ଼ି ବିଭାଗ ମହାପ୍ରବନ୍ଧକ ଶ୍ରୀସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପୁରସ୍କାର ବିତରଣୀ ସମାରୋହରେ ଶ୍ରୀ ଆର ଆର ଶତପଥୀ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ବ୍ୟାସନଗର ଏକାଦଶର ଶ୍ରୀ ଜ୍ଞାନ ରଞ୍ଜନ ଓଝା ଓ ପ୍ରଭୁଦତ ମହାନ୍ତି ଯଥାକ୍ରମେ ଶ୍ରେଷ୍ଠ ଗୋଲକିପର ଓ ଶ୍ରେଷ୍ଠ ଡିଫେନ୍ସ ଭାବେ ପୁରସ୍କୃତ ହୋଇଥିଲେ। ସେହିପରି ସୁକିନ୍ଦା ଏକାଦଶର ଶ୍ରୀ ଅଶିତ କୁମାର ମହାନ୍ତଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories