ମାୟାବତୀ ପୁଣି ଥରେ ​ବିଏସପି ସଭାପତି

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ପୁଣିଥରେ ଦଳର ରାଷ୍ଟ୍ରୀୟ ସଭାପତି ଭାବେ ଆଉଏକ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହୋଇଛନ୍ତି । ଦଳର ବରିଷ୍ଠ ପଦାଧିକାରୀ, କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଏବଂ ବିଭିନ୍ନ ରାଜ୍ୟ ଶାଖାର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ୬୩ ବର୍ଷ ବୟସ୍କା ଏହି ଦଳିତ ନେତ୍ରୀ ସର୍ବ ସମ୍ମତିକ୍ରମେ ବୁଧବାର ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଲକ୍ଷ୍ନୌଠାରେ ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍‍ ବିଜ୍ଞପ୍ତିରେ ଏହା ପ୍ରକାଶ ପାଇଛି।

ପୁନଃ ନିର୍ବାଚିତ ହେବା ପରେ ସେ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ  ଧନ୍ୟବାଦ ଜଣାଇବା ସହ କେବେ ଅଟକିବେ ନାହିଁ, କିମ୍ବା ଭାଙ୍ଗି ପଡିବେ ନାହିଁ  ବରଂ ଏକାକୀ ଦଳର ନେତୃତ୍ବ ନେଇ ବହୁଜନ ସମାଜ ଆନ୍ଦେଳନକୁ ଆଗେଇ ନେବେ ବୋଲି କହିଛନ୍ତି।

Comments are closed.