www.samajalive.in
Sunday, December 14, 2025
17.1 C
Bhubaneswar

ଇଣ୍ଟରନେଟ୍ ଆତଙ୍କବାଦୀଙ୍କ ପାଇଁ ଏକ ବଡ଼ ଅସ୍ତ୍ର : ରାଜ୍ୟପାଳ ସତ୍ୟପାଲ ମଲ୍ଲିକ

ଶ୍ରୀନଗର : ଇଣ୍ଟରନେଟ୍ ହେଉଛି ଆତଙ୍କବାଦୀମାନଙ୍କ ପାଇଁ ସବୁଠାରୁ ବଡ଼ ଅସ୍ତ୍ର। ତେଣୁ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜମ୍ମୁ ଓ କାଶ୍କୀରରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ସାଧାରଣ ଲୋକଙ୍କ ଅପେକ୍ଷା ଆତଙ୍କବାଦୀମାନେ ଇଣ୍ଟରନେଟର ବହୁଳ ମାତ୍ରାରେ ବ୍ୟବହାର କରିଥାନ୍ତି। ତେଣୁ ଆତଙ୍କବାଦୀମାନେ ଇଣ୍ଟରନେଟକୁ ଅସ୍ତ୍ର କରି ହିଂସା ସୃଷ୍ଟି କରିପାରନ୍ତି। ଇତିମଧ୍ୟରେ କଶ୍ମୀର ଉପତ୍ୟକାର କୁପ୍‌ଓ୍ଵାରା ଓ ହିନ୍ଦଓ୍ଵାରା ଜିଲାରେ ମୋବାଇଲ ଓ ଇଣ୍ଟରନେଟ ସଂଯୋଗ ଦିଆଯାଇ ସାରିଥିବା ବେଳେ ଖୁବ୍‌ ଶୀଘ୍ର ସମଗ୍ର ଜମ୍ମୁ- କଶ୍ମୀରରେ ମୋବାଇଲ ଓ ଇଣ୍ଟରନେଟ ସେବାର ପୁନର୍ବାହାଲ କରାଯିବ ବୋଲି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ରାଜ୍ୟପାଳ ମଲ୍ଲିକ କହିଛନ୍ତି, ‘ପ୍ରତ୍ୟେକ କଶ୍ମିରୀବାସୀଙ୍କ ଜୀବନ ଆମ ପାଇଁ ବହୁତ ମୂଲ୍ୟବାନ। ଖାସ୍‌ ଏଥିପାଇଁ ସରକାର ଉପତ୍ୟକାରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦେଇଛନ୍ତି। ଯାହା ଫଳରେ କୌଣସି ସାଧାରଣ ଲୋକଙ୍କ ଧନ ଜୀବନ ହାନୀ ଘଟିନାହିଁ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories